STORYMIRROR

Bhaskar Khanda

Abstract

3  

Bhaskar Khanda

Abstract

ବର୍ଷା

ବର୍ଷା

1 min
28K


କଳା ବାଦଲର ଘେରାରେ, ସେ ମେଘ ରାଣୀ
କେଡେ ଯତନରେ ସାଇତି ରଖିଛି
କୁଆଁରୀ ମନର ସେଇ ସପନକୁ
ବିନ୍ଦୁ ବିନ୍ଦୁ ରୂପେ ସଜାଇ
ପାଇବ ଯେବେ ସେ ଶୀତଳ ପରଶ
ବରଷିବ ବୋଲି ପାଣି ।1।

ନବ ବଧୂ ସତେ ବସିଛି ପଲଙ୍କେ, ମଥାରେ ଓଢଣୀ ଟାଣି
ଦୁକୁ ଦୁକୁ ହୋଇ ଛାତିତା ଥରୁଛି
ବିଜୁଳି ଚମକ କମ୍ପନ ଆଣିଛି
ସପନର ସେଇ ଜାଲକୁ ବିଛାଇ
ଶୀତଳ ସମୀର ଶିହରଣ ପାଇ
ଖୋଲିବ ବୋଲି ଓଢଣୀ ।2।

ତୃଷାର୍ତ୍ତ ଚାତକ ମେଣ୍ଟାଇବ ଶୋଷ, ପାଇ ଆଜି ସେଇ ପାଣି
ଝର ଝର ହୋଇ ବରଷିବ ସିଏ
ନୂଆ ନୂଆ ରୂପ ଦେଖାଇ
ନୂଆ ରଙ୍ଗେ ତାର ଧରାକୁ ସଜାଇ
ନବବଧୂ ସତେ ଗଢିବ ସଂସାର
କେତେ ନୂଆ ଆଶା ଆଣି ।3।

ପ୍ରଥମ ପ୍ରେମର ପରଶ ପାଇକି, ସତେବା ଧରିତ୍ରୀ ରାଣୀ
ଭୁରୁ ଭୁରୁ ହୋଇ ବାସନା ଛାଡୁଛି
ନାଲି ଟୁକୁ ଟୁକୁ ସାଧବ ବୋହୁକୁ
ସତେ ଅବା ତା କୋଳରେ ଖେଳାଉଛି
ତୃଷାର୍ତ୍ତର ସେଇ କ୍ଷୁଧାକୁ ମେଣ୍ଟାଇ
ସବୁ ରସ ଆଜି ନେଉଛି ଟାଣି ।4।

ସତେ ଅବା ଇନ୍ଦ୍ର ଖୋଲି ଦେଇଛନ୍ତି, ମେଘ ରାଣୀର ଓଢଣୀ
ଇନ୍ଦ୍ରଧନୁ ରଙ୍ଗେ ରଙ୍ଗାୟିତ ହୋଇ
ନାଲି ଅଧରରୁ ହସ ତା ଝରାଇ
ଲୋଭନୀୟ ଆଜି ସେଇ ମେଘ ରାଣୀ
ପ୍ରଥମ ପ୍ରେମର ସେ ପରଶ ପାଇ
ବରଷୁଛି ଅବା ପାଣି ।5।

ଭାସ୍କର ଚନ୍ଦ୍ର ଖଣ୍ଡା
ସହଦେବଖୁଣ୍ଟା, ବାଲେଶ୍ବର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Bhaskar Khanda

Similar oriya poem from Abstract