STORYMIRROR

Pratibha Priyadarshini

Abstract

5.0  

Pratibha Priyadarshini

Abstract

ମା ମାତୃଭୂମି

ମା ମାତୃଭୂମି

1 min
26.5K


ମା ମାତୃଭୂମି
***********
 

ବୀର ପ୍ରସବିନୀ ଭାରତ ଜନନୀ

ସୁପ୍ତ ଦାୟାଦଙ୍କୁ ଦେଉଛି ଡ଼ାକରା
କାନ ଡେରି ବାରେ ଶୁଣ,
ଯେତିକି ବଇରୀ ଛନ୍ତି ସୀମାପାରି
ତା ଠାରୁ ଅଧିକ ଆଭ୍ୟନ୍ତରେ ପୁରି
କରୁଛନ୍ତି ଛଦ୍ମ ରଣ।
 
ମୁକ୍ତି ସଂଗ୍ରାମରେ ସଂଗ୍ରାମୀ ମୁଖରୁ
ଯେଉଁ ଉଦ୍ଦେଷ୍ୟ ଶୁଣି ଥରୁଥିଲା ଦିନେ
ଦୁର୍ଦ୍ଦଶ ଇଂରେଜ ଛାତି,
ସେହି ବନ୍ଦେ ମାତରଂ ଜାତୀୟ ଗୀତକୁ
ଉତ୍ତୁଙ୍ଗ କଣ୍ଠରେ ଗାଇବା ପାଇଁକି
ହେଉଅଛି ରାଜନୀତି।
 
କଳା, ସଂସ୍କୃତି, ସାହିତ୍ୟ, ବିଜ୍ଞାନ,
ସମସ୍ତ କ୍ଷେତ୍ରରେ ଦେଇଛି ଏ ମାଟି
କୁଶଳୀ ବିନ୍ଧାଣି ମାନ,
ସେଇ ମା ଭାରତୀ ସନ୍ତାନ ଆଜି
ବିଶ୍ୱ ମାନଚିତ୍ରେ ମଣ୍ଡନ କରନ୍ତି
କେତେ ବୃହତ୍ତମ ସ୍ଥାନ।
 
ତଥାପି ଦେଶରେ ଅଧୋଗାମୀ ଏବେ 
ଶାନ୍ତି, ମୈତ୍ରୀ, ପ୍ରୀତି, ସହିଷ୍ଣୁତା ଆଉ
ରାଷ୍ଟ୍ରବାଦ, ଦେଶପ୍ରେମ,
ଭରତୀୟତା ଠୁ ଉଚ୍ଚ ସ୍ୱରେ ଗୁଞ୍ଜରିତ
ସ୍ୱାର୍ଥପର ଯେତେ ସଂକୀର୍ଣ୍ଣ ଚିନ୍ତନ
ବଡ଼ ଦିଶେ ଜାତି-ଧର୍ମ।
 
କାର୍ଗିଲରୁ କେରଳ, କଚ୍ଛରୁ କାମାକ୍ଷା
ଏକସୂତ୍ରେ ବନ୍ଧା, ରହୁ ଚିରକାଳ
ପ୍ରତିଟି ମୁହଁରେ ହସ,
କୋଟିଏ ସନ୍ତାନ ସମବେତ କଣ୍ଠେ
ଜନନୀ ବନ୍ଦନେ କମ୍ପାଇ ଦିଅନ୍ତୁ
ମାଟି ଠାରୁ ମହାକାଶ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract