STORYMIRROR

Tapan Dixit

Inspirational Abstract Others

2.5  

Tapan Dixit

Inspirational Abstract Others

ଦେଖ ଶରତ ଆସିଛି ଫେରି

ଦେଖ ଶରତ ଆସିଛି ଫେରି

1 min
26.5K


ଦେଖ ଶରତ ଆସିଛି ଫେରି

ଶୀତ ଋତୁ ହସେ ମୁରୁକି ମୁରୁକି

ଆଢୁଆଳେ ଥାଇ କରି

ନଈ ପଠା ଗାଁ ଗୋହରୀ ବାଟରେ

କାଶତଣ୍ଡୀ କେରି କେରି

ସତେ ଅବା ଶ୍ୱେତ ଶାନ୍ତି ପତ୍ର ଧରି

ଡାକୁ ଅଛି ହାତ ଠାରି

ଦେଖ ଶରତ ଆସିଛି ଫେରି

ମା ଶାରଦା ଙ୍କ ଆଗମନୀ ବାର୍ତ୍ତା

ମଳୟ ବୁଲୁଛି ଧରି

ନଗର ରୁ ଦେଖ ପୁର ପଲ୍ଲୀ ଯାଏଁ

ଆନନ୍ଦେ ପକାନ୍ତି ହୁରି

ଖେତ ଖମାର ରେ ସୁନାର ଫସଲ

ଚଷା ଭାଇ କରେ ନୂଆଖାଇ ଭେଟ

ଢ଼ୋଲ କରତାଳ ମାଦଳ ମୃଦଙ୍ଗ

ବଜାଇ ଶଙ୍ଖ ମହୁରୀ

ଦେଖ ଶରତ ଆସିଛି ଫେରି

ମନ ଜିଣା ତୁଳା ଭିଣା ଆକାଶ ରେ

ବାଦଲ ର ଭେଳା କରି

ମନେ ହୁଏ ସତେ’ ମା’ ଆସୁଛନ୍ତି

ପଣତେ କରୁଣା ଭରି

ଆସ ମିଶି ଆମେ ପ୍ରେମ ଝୁଲି ଧରି

କରିଯିବା ମାଧୁକରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational