କୋଣାର୍କ
କୋଣାର୍କ
ସପ୍ତାଶ୍ଚର୍ଯ୍ୟ କହିଲେ ତୁମେ
ଅଷ୍ଟମାଶ୍ଚର୍ଯ୍ୟ ବି ତୁମେ କୋଣାର୍କ
ତୁମ ଦେହର ଶିଳାଲେଖ
ପ୍ରତିଟି ସକାଳେ ଆସନ୍ତି ସୂର୍ଯ୍ୟ ଅଲୌକିକ
ସତରେ ତୁମେ କିମ୍ବଦନ୍ତୀ
କିର୍ତ୍ତୀରାଜି ନବଶ୍ଚୁମ୍ବୀ ଅନେକର ଐକ୍ୟ ।
ତୁମକୁ ଏଯାଏଁ ପାରିନି କେ କଳି
ପ୍ରତ୍ୟକଟି ଗୋଧୂଳି ଯଦିଓ କୋଳାକୋଳି
ସକାଳ ସାୟାର୍ହ୍ନ ମଧ୍ୟାର୍ଣ୍ଣ ବି ପଡେ ଉଛୁଳି
କିଏ ତନ୍ମୟତାରେ କିଏ ବିମୁଗ୍ଧତାରେ
ଆସୁଥାଏ ତୁମକୁ ସଙ୍ଖୋଳି ।
ଆଜିବି ସେ ଚରିତ୍ରମାନେ
ରହସ୍ୟାବୃତ୍ତ ଭିତରେ
କେତେ ପଣ୍ଡିତ ଗାଣିତିଜ୍ଞ ଐତିହାସିକ
ହାରିଛନ୍ତି ତୁମ ଜ୍ଜ୍ୱଳନ୍ତ ଗୌରବରେ
ମହିମାରେ ସର୍ବେ ସ୍ପୁର୍ତ୍ତି ଭିତରେ
ଆସକ୍ତିର ଆକଳନ ଯୁଗ ଯୁଗାନ୍ତରେ
ତୁମ ଭଗ୍ନାବଶେଷରେ
ସଜ୍ଜଳ କଜ୍ଜଳମଖା ସଭିଙ୍କ ଆଖି
ସୌନ୍ଦର୍ଯ୍ୟର ପଟ୍ଟାନ୍ତରେ
ଆଖି ବି ଯାଉଛି ଲାଖି ।
ଧନ୍ୟ ତୁମେ ହାସ୍ୟମୟୀ
ତୁମେ କେଉଁ ଶିଳ୍ପୀର ବିଦଗ୍ଧ କାହାଣୀ
ଅବା ନିହଣ ନଈର ଦିଗବାରିଣୀ
ସୂର୍ଯ୍ୟଙ୍କ ସ୍ପର୍ଶ ପାଇ ବି ବିରହୀଣୀ
ତୁମେ କଣ ଜାଣିଛ ଧରମାକୁ
ତା ପିତା, ବାଡ଼ିବରକୋଳି ଓ ପୋଷା କୁକୁରକୁ
ତମକୁ କେବେ ଶୁଭେ କି ଆର୍ତ୍ତନାଦ କାହାର?
ବାରଶ ବଢ଼େଇଙ୍କର ବା ଅନ୍ୟକେହି
ଯାହା ପାଇଁ ତୁମେ ମହିମାମୟୀ
ସବୁ ସୌଦାଗରଙ୍କ ସ୍ବପ୍ନର ସମ୍ଭାର
ଚିତ୍ରୋତ୍ପଳା ଖଦ୍ୟୋତମେଖଳା କାରୁକାର୍ଯ୍ୟମୟୀ !
