କୋମଳକଳିକା
କୋମଳକଳିକା
ଛୋଟ କଳିକାଟି ଫୁଟିଥିଲା
ଅଗଣା ବଗିଚାରେ
ପବନରେ ଝୁଲି ଗାଉଥିଲା
ସେ ଗୀତ ଆନନ୍ଦରେ
ନିଷ୍କପଟ ହୃଦୟରେ ଧରି
ମମତା ସ୍ନେହପ୍ରେମ
ଅତୁଟ ବନ୍ଧନେ ବାନ୍ଧିଥିଲା
ସଭିଙ୍କର ଜୀବନ
ଛନ୍ଦ କପଟ ହିଂସାଦ୍ବେଷର
ଭେଦଭାବ ଦୂରେଇ
ଅାପଣାର କରିଲା ସଭିଙ୍କୁ
ସରଳ ମନନେଇ
କାମୁକ ଭ୍ରମରଟିଏ ଦେଖି
କମନୀୟ ରୂପକୁ
ଆସିଥିଲା ହୋଇ ଅାନମନା
କଳିକାର ପାଖକୁ
କରିବାକୁ ଚରିତାର୍ଥ ନିଜ
କାମନା ବାସନାକୁ
ଜଳାଞ୍ଜଳି ଦେଇଦେଲା ତାର
ବିବେକ ପଣିଆକୁ
କଳିକୁ କରି କ୍ଷତବିକ୍ଷତ
ଲୁଟି ନେଲା ମହକ
ତୃପ୍ତକରି ନିଜ ଅଭିଳାଷ
ବୋଲିଦେଲା କଳଙ୍କ
ନିଷ୍ପାପ କଳିକାର ଭାଙ୍ଗିଲା
ଭବିଷ୍ଯତ ସପନ
ବିଭୁ ଶିରେ ନହୋଇ ସ୍ଥାନିତ
ହୋଇଗଲା ମଳିନ
ଅକାଳେ ବୃନ୍ତଚ୍ଯୁତ ହୋଇଲା
ନିରିହ ସେ ମୁକୁଳ
ସୌରଭ ବିତରିବା ଆଗରୁ
ହେଲା ପତନଶୀଳ