Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sumitra Nayak

Tragedy

3  

Sumitra Nayak

Tragedy

କୋହ ନଇ

କୋହ ନଇ

1 min
390


ଏକାନ୍ତ ର ସ୍ଥାନ ପାଇ,

ଏ ମନ ଅଧିର ହୋଇ।

ଆଖି ଲୁହ ଯାଏ ବହି ବହି

ମୋ ମନ ର କୋହ ନଇ

ଏ ମୋ ମନର କୋହ ନଇ

କିଏ ବା ବୁଝିବ ମୋର,

କୋହ ଏ ବ୍ୟାକୁଳ ମନର।

ବେଦନା ରେ ପରିପୂର୍ଣ୍ଣ ବହି,

ମୋ ମନ ର କୋହ ନଇ

ଏ ମୋ ମନ ର କୋହ ନଇ

ଭିଡରେ ମୁଁ ହସୁଥାଏ,

ହସ ପଛେ ଲୁହ ରହିଥାଏ।

ମନେ ଅସମ୍ପୂର୍ଣ୍ଣ ଆଶା ନେଇ,

ମୋ ମନ ର କୋହ ନଇ

ଏ ମୋ ମନ ର କୋହ ନଇ

ଅବାଞ୍ଛିତ ଜୀବନେ ମୋର,

ଅଶାନ୍ତ ଦୁଃଖ ଢେଉ ଝଡ଼।

ଜୀବନ ର ବାସ୍ତବତା କୁ ନେଇ,

ମୋ ମନ ର କୋହ ନଇ

ଏ ମୋ ମନ ର କୋହ ନଇ

ହସି ହସେଇବା ଖେଳରେ ମୁଁ,

ଥାଏ ଅଭିନୀତ ନାୟିକା ମୁଁ।

ଅଭିନୟ ର ଧାଡ଼ି ନେଇ,

ମୋ ମନ ର କୋହ ନଇ

ଏ ମୋ ମନ ର କୋହ ନଇ

ଏକାନ୍ତ ର ସ୍ଥାନ ପାଇ,

ଏ ମନ ଅଧିର ହୋଇ।

ଆଖି ଲୁହ ଯାଏ ବହି ବହି

ମୋ ମନ ର କୋହ ନଇ

ଏ ମୋ ମନର କୋହ ନଇ ।


Rate this content
Log in

Similar oriya poem from Tragedy