STORYMIRROR

Chinmaya Kumar Nayak

Abstract Inspirational

3  

Chinmaya Kumar Nayak

Abstract Inspirational

କନ୍ୟାଟିଏ ପୁଣ୍ୟଟିଏ

କନ୍ୟାଟିଏ ପୁଣ୍ୟଟିଏ

1 min
206

ତା ଢଳ ଢଳ ଆଖି କହିଯାଏ କେତେ

ହୃଦୟ ଜିଣା କାହାଣୀ,

ସବୁ କାହାଣୀର ନାୟିକା ସାଜେ ସେ

ଅନାୟାସେ ମନ ଜିଣି।। 


ପ୍ରୀତିର ମଧୁର ଝରାଫୁଲଟିଏ

ମହକାଇ ଦିଏ ଘର,

ଜାହ୍ନବୀ ସମ ସେ ଧୋଇନିଏ ସତେ

ପାପ କେତେ ଜନମର।। 


ତା ହସ ଚମ୍ପାଫୁଲ ମହକାଇ ଦିଏ

ପ୍ରାଣକୁ ବିଭୋର କରି,

ତା କଥାର ତରଙ୍ଗେ ଉଲ୍ଲସିତ ହୁଏ

ଦିବସ ଓ ବିଭାବରୀ।। 


ପାଦ ଥାପିଦେଲେ ଅଗଣା ମଝିରେ

ଫୁଟିଉଠେ ତାରାଫୁଲ,

ଏରୁଣ୍ଡି ଡେଇଁଲେ ଚହଳ ପଡଇ

ସମାଜ ମାଗେ ତା ମୁଲ।। 


କଳଙ୍କ ନଲାଗୁ କପାଳରେ ତାର

ଦୁହିତା ହୋଇ ସେ ହସୁ,

ଅଧାବାଟେ ହାରି ନଯାଉ ମଉଳି

ତା ପ୍ରେମରେ ସଂସାର ହସୁ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract