Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Crime Inspirational Others

3  

Bharatabandhu Biswal

Crime Inspirational Others

କନ୍ୟାରତ୍ନ

କନ୍ୟାରତ୍ନ

1 min
195



ପୁଅ ଅବା ଝିଅ ଈଶ୍ୱରଙ୍କ ଦାନ

ଅମୃତ ସନ୍ତାନସନ୍ତତି ସିଏ

ଗେଲବସରରେ ବଢିବାକୁ ଚାହେଁ

ବିକଶିବ ଦିନେ କଳିକାଟିଏ ।


ମହକି ଉଠିବ ତା ଗୁଣ ସୁବାସ

ଖୋଲିବ ପାଖୁଡା ରଙ୍ଗକୁ ମେଲି

ସେନେହ ଆଦର ଲୋଡେ ସେ ଯତନ

ହସିବାକୁ ଚାହେଁ ପ୍ରାଣକୁ ଖୋଲି ।


ମହାନ ସୃଷ୍ଟିର ଉଜ୍ଜ୍ଵଳ ଭବିଷ୍ୟ

ଗୀତ ସୁମଧୁର ସ୍ୱନ ମୁର୍ଚ୍ଛନା

ସମର୍ଥ ଶୈଶବ ଆଲୋକ କିରଣ

ସବୁଜ ସୁନ୍ଦର ସୁସମ୍ଭାବନା ।


ଲିଙ୍ଗ ଭେଦାଭେଦ ଅଟେ ଅବିଚାର

ଭ୍ରୁଣହତ୍ୟା ପାପ ଓ ବ୍ୟଭିଚାର

ଘୃଣ୍ୟ ଅପରାଧ ଅତ୍ୟନ୍ତ ଜଘନ୍ୟ

କଲେ କନ୍ୟାରତ୍ନ ହତଆଦର ।


ବଳର ପ୍ରୟୋଗ ପାଶବ ପ୍ରବୃତ୍ତି

ଯେତେ ନିର୍ଯାତନା ଓ କୁସ°ସ୍କାର

ଆଦର୍ଶ ସମାଜ ହେଉ ସଚେତନ

ଦୃଢ ହସ୍ତେ କରୁ ଅନୀତି ଦୂର ।

   



Rate this content
Log in