Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Inspirational Others

4  

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Inspirational Others

କନ୍ୟା ରତନ

କନ୍ୟା ରତନ

1 min
320



କନ୍ୟା ନୁହେଁ ସେ ତ ସମାଜେ ଅନନ୍ୟା

    ଅନେକ ତାହାର ନାମ 

ଜାୟା ଓ ଜନନୀ ଭଗିନୀ ରୂପରେ

    ସମ୍ପାଦନ କରେ କର୍ମ ।୧।

ଦୁଇ ଥର ଜନ୍ମ ନାରୀଙ୍କ ଭାଗ୍ୟରେ

     ବିଧିର ବିଧାନ ଏହି 

ପରକୁ ଆପଣା କରି ପାରେ ନାରୀ

     ସବୁ ଯନ୍ତ୍ରଣାକୁ ସହି ।୨।

ପ୍ରଥମେ ଜନମ ପିତୃମାତୃ କୋଳେ

    ଅଲିଅଳି କନ୍ୟା ରତ୍ନ 

ଲାଳନ ପାଳନେ ବଡ଼ ହୋଇଥାଏ

    ଲଭି ପିତାମାତା ଯତ୍ନ ।୩।

ପ୍ରାପ୍ତ ବୟସ୍କରେ ଯାଏ ପର ଘରେ

   ବୋହୁ ରୂପେ କରେ କର୍ମ 

ବିବାହ ବନ୍ଧନେ ବାନ୍ଧି ହୋଇ ଯାଇ

   ନିଏ ସେ ଦ୍ଵତୀୟ ଜନ୍ମ ।୪।

ସେଥିପାଇଁ ପରା ସମାଜରେ ନାରୀ

    ଦୁଇ କୂଳ ପାଇଁ ହିତା 

ଦୁଇଟି ବଂଶର ହିତ ସାଧନର

   ନାରୀ କରିଥାଏ ଚିନ୍ତା ।୫।

ସ୍ୱାର୍ଥାନ୍ଧ ସମାଜେ କନ୍ୟା ସନ୍ତାନର

   ଆଦର ହିଁ ଏବେ ନାହିଁ 

ବଂଶ ରକ୍ଷା ଆଳେ ଭ୍ରୁଣ ହତ୍ୟା ଚାଲେ

    ପୁତ୍ର ସନ୍ତାନର ପାଇଁ ।୬।

ବୁଝିବାକୁ କେହି ପ୍ରସ୍ତୁତ ନାହାନ୍ତି

   କନ୍ୟା ହିଁ ମାଆର ରୂପ 

ନାରୀ ବିନା କଣ ପୁତ୍ର କି ସମ୍ଭବ

   ତଥାପି କରନ୍ତି ପାପ ।୭।

ନାରୀଠାରୁ ନାରୀ ଜନ୍ମ ନେଇ ମଧ୍ୟ

   ନାରୀ ନାରୀର ଅଇରି 

ଭ୍ରୁଣ ହତ୍ୟା ପାଇଁ ଶୋଚନା ତା ନାହିଁ

   ଗର୍ଭରୁ ଦିଏ ସେ ମାରି ।୮।

କନ୍ୟା ଭ୍ରୁଣ ହତ୍ୟା ରୋକିବା ନିମନ୍ତେ

   ଦେବନାହିଁ ଯଦି ଧ୍ୟାନ 

ଅନ୍ତରାଳେ ପାପ ବାହାରେ ଦିବସ

   ପାଳନ ହିଁ ମୂଲ୍ୟହୀନ ।୯।





Rate this content
Log in

Similar oriya poem from Inspirational