Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Comedy Inspirational Others

4  

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Comedy Inspirational Others

ଆଧୁନିକ ରଜ ମଉଜ

ଆଧୁନିକ ରଜ ମଉଜ

2 mins
330


ବନସ୍ତେ ଡାକୁନି ଗଜ

ଜଙ୍ଗଲରେ ଚାଲେ ମାଫିଆ ରାଜ ଲୋ

ମାଫିଆ ରାଜ ଲୋ

ବିପଦରେ ଗଜରାଜ ।୧।


ବଞ୍ଚୁ କି ବଞ୍ଚୁ ଗଜ

ବରସକୁ ଥରେ ଆସୁଛି ରଜ ଲୋ

ଆସୁଛି ରଜ ଲୋ

ନେଇ ନୂଆ ସଜବାଜ ।୨।


ରଜପର୍ବ ପୂର୍ବ ଦିନ

ସଜବାଜେ ନାହିଁ କାହାର ମନ ଲୋ 

କାହାର ମନ ଲୋ 

ମାଖି ହଳଦୀ ଚନ୍ଦନ ।୩।


କସ୍ମେଟିକି ଯୁଗ ଏହି

ଗାଆଁ ଗହଳିରେ ଅଭାବ ନାହିଁ ଲୋ

ଅଭାବ ନାହିଁ ଲୋ

ମୁହଁରେ ମାଖିବା ପାଇଁ ।୪।


ଶିରିହୀନ ପରିବେଶ 

ବୃକ୍ଷ ଲତା କାଟି କରିଲେ ଶେଷ ଲୋ

କରିଲେ ଶେଷ ଲୋ

ସ୍ୱପ୍ନ ହେଲା ଦୋଳି ଦୃଶ୍ୟ ।୫।


ବାଉଁଶ ଦଉଡି ଦୋଳି

ଦୋଳି ବିନା ଆଉ ନାହିଁ ଗହଳି ଲୋ

ନାହିଁ ଗହଳି ଲୋ 

ଝିଅ ବୋହୂଙ୍କର ମେଳି ।୬।


ରଜ ଦୋଳି ପଲ୍ଲୀ ଗୀତ

ଶୁଣିବାକୁ କାହିଁ ମିଳୁନି ମିତ ଲୋ

ମିଳୁନି ମିତ ଲୋ 

ବାଜେ ଆଲବମ ଗୀତ ।୭।


ଆକାଶେ ଉଡୁନି ଗୁଡି

ଅଦିନେ ଆସୁଛି ବୈଶାଖୀ ଝଡି ଲୋ

ବୈଶାଖୀ ଝଡି ଲୋ

ଖରା ତାତି ବଢି ବଢି ।୮।


ବାଗୁଡି କବାଡି ଖେଳ

ଖେଳିବାକୁ ନାହିଁ କାହାର ବେଳ ଲୋ

କାହାର ବେଳ ଲୋ

ମୋବାଇଲି ହେଲା କାଳ ।୯।


ତାଆସ ଲୁଡୁର ପାଲି

ତରୁଣ ବୟସ୍କ ଗଲେଣି ଭୁଲି ଲୋ

ଗଲେଣି ଭୁଲି ଲୋ 

କମ୍ପ୍ୟୁଟର ଟିଭି ଖୋଲି ।୧୦।


ରଜ ପୋଡ଼ ପିଠା ଖିରି

ବାଉଁଶ ଅଥାର ମଣ୍ଡା ଏଣ୍ଡୁରି ଲୋ

ମଣ୍ଡା ଏଣ୍ଡୁରି ଲୋ 

ଦେଲେଣି ସବୁ ପାଶୋରି ।୧୧।


ପିଜା ବର୍ଗରରେ ମନ

ଗାଆଁ ଗହଳିରେ ଖୋଲା ଦୋକାନ ଲୋ

ଖୋଲା ଦୋକାନ ଲୋ

ମୃଦୁ ପାନୀୟରେ ଧ୍ୟାନ ।୧୨।


ଦେଶୀ ଦହି ସରବତ

ବାଡ଼ି ଲମ୍ବୁ ପାଣି ସୁଆଦ ନାହିଁ ଲୋ

ସୁଆଦ ନାହିଁ ଲୋ

ଭାଙ୍ଗ ଲସି କଲା ବଶ ।୧୩।


ବିଦେଶୀ ବୋତଲ ନିଶା

ରଜ ମଉଜରେ ମେଣ୍ଟାଏ ତୃଷା ଲୋ

ମେଣ୍ଟାଏ ତୃଷା ଲୋ

ଅଭାବେ ଗଞ୍ଜା ଭରସା ।୧୪।


ରଜ ପର୍ବ ଖିଲି ପାନ

ଗୁଟୁଖା ଖଇନି ନେଲା ତା ସ୍ଥାନ ଲୋ

ନେଲା ତା ସ୍ଥାନ ଲୋ

ମୋହୁଛି ତମାଖୁ ମନ ।୧୫।


ଦେଶୀ ଗଞ୍ଜା ଖାସି ମାଂସ

ମଫସଲେ ଆଉ ନାହିଁ ତା ବାସ ଲୋ

ନାହିଁ ତା ବାସ ଲୋ 

ବ୍ରୟେଲର ମୋଡେ ନିଶ ।୧୬।


ଗାଆଁ ଗାଡ଼ିଆରେ ମାଛ

ରୋହୀ କି ଭାକୁଡ଼ ହେଉନି ଚାଷ ଲୋ 

ହେଉନି ଚାଷ ଲୋ 

ଆନ୍ଧ୍ର ଯୋଗେଇଛି ମାଛ ।୧୭।


ରଜ ମଉଜରେ ଭୋଜି

ରାଜନୀତି ପାଇଁ ଗଲାଣି ହଜି ଲୋ

ଗଲାଣି ହଜି ଲୋ 

ପରସ୍ପର ଶତ୍ରୁ ସାଜି ।୧୮।


ଭାଇଚାରା ପର୍ବ କହି

ବିଦେଶୁ ଗାଆଁକୁ ଫେରୁନି କେହି ଲୋ

ଫେରୁନି କେହି ଲୋ 

ସହର କରିଛି ବାଇ ।୧୯।


ଗଣପର୍ବ ରଜ ଏହି

ଏକାଠି କ୍ଵଚିତ ପାଳନ୍ତି କେହି ଲୋ

ପାଳନ୍ତି କେହି ଲୋ

ଭାବରେ ଅଭାବ ହୋଇ ।୨୦।


ପରମ୍ପରା ଯାଏ ବୁଡି

ପାଶ୍ଚାତ୍ୟ ଢାଞ୍ଚାରେ ସମସ୍ତେ ପଡି ଲୋ

ସମସ୍ତେ ପଡି ଲୋ 

ସ୍ବଦେଶୀ ସଂସ୍କୃତି ଛାଡି ।୨୧।


ସମସ୍ତଙ୍କୁ ନିବେଦନ

ପରମ୍ପରା ପ୍ରତି ଦିଅ ଗୋ ଧ୍ୟାନ ଲୋ

ଦିଅ ଗୋ ଧ୍ୟାନ ଲୋ

ସଂସ୍କୃତି ଆମ ମହାନ ।୨୨।


Rate this content
Log in

Similar oriya poem from Comedy