Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Others

3  

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Others

ଅନୁଭବ

ଅନୁଭବ

1 min
106


ନୟନ ଯୁଗଳ ନୁହେଁ ଜଳାଶୟ 

   ପାଣିରେ ଯାଉଛି ଭରି 

ଶତ୍ରୁ ବି ନୁହଁଇ କେଉଁ ବୃକ୍ଷ ମଞ୍ଜି 

  ବଢେ କିନ୍ତୁ ବୃକ୍ଷ ପରି ।

   

ଲୁହା ନୁହେଁ କେବେ କାହାର ଚରିତ୍ର

   ଉପୁଜେ କଳଙ୍କି ସ୍ଥର

ରୂପ ଭେକହୀନ ସମ୍ମାନ ହୋଇ ବି

  ଘାଇଲା କରେ ଶରୀର ।

   

ମନ ନୁହେଁ କେଉଁ କ୍ଷିପ୍ରଗତି ଯାନ

   ବିଚକ୍ଷଣ ତା'ର ଗତି

ନିୟନ୍ତ୍ରଣହୀନ ହୋଇଗଲେ ଥରେ

   ସ୍ଥିତି ହୁଏ ସାଙ୍ଘାତିକି ।

   

ବିବେକ ନୁହଇଁ କେଉଁ ଖାଦ୍ୟପ୍ରାଣ

   ଖାଇଲେ ରହିବା ସୁସ୍ଥ

ତଥାପି ବିବେକ ହାରିଥାଏ ଯେହୁ 

   ଭୋଗିଥାଏ ବହୁ କଷ୍ଟ ।

   

ଅନୁଭୂତି ନୁହେଁ କେଉଁ ଚଳଚିତ୍ର 

  ଦେଖି ହେବ ପରଦାରେ 

ତଥାପି ମଣିଷ ସ୍ପଷ୍ଟ ଦେଖିପାରେ 

   ନିଜର ସ୍ମୃତି ପଟ୍ଟରେ ।

    

ମାନବ ନୁହଁଇ ଋତୁ କେବେହେଲେ

   ବଦଳେ ସେ ଋତୁପରି  

ସମସ୍ୟା ବହୁଳ ସଂସାର ଭିତରେ 

  ଜିତୁ ଜିତୁ ଯାଏ ହାରି ।

   



Rate this content
Log in