Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Inspirational Others

3  

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Inspirational Others

ତ୍ରିଗୁଣ ପ୍ରେମ

ତ୍ରିଗୁଣ ପ୍ରେମ

1 min
5


ତ୍ରିଗୁଣ ପ୍ରେମରେ ସଂସାରର ଗତି 

   ଜୀବଜନ୍ତୁ ଆତଯାତ 

ସତ୍ୱ ରଜଃ ତମଃ ତିନି ଗୁଣ ନାମ 

  ପ୍ରକୃତିରୁ ଯାହା ଜାତ ॥


ତମଃ ଗୁଣ ପ୍ରେମୀ ପୀଡା ଦେଇ ନେଇ 

     ସମୟ ଦିଏ ବିତାଇ 

ବିଷୟ ବାସନା  ଲୋଭ ମୋହ ମାୟା 

    ଭିତରେ ଆଚ୍ଛନ୍ନ ରହି ॥ 


ରଜଗୁଣ ପ୍ରେମୀ    ଚଞ୍ଚଳ ପ୍ରକୃତି 

   ପ୍ରବର୍ତ୍ତକ ଧର୍ମୀ ବ୍ୟକ୍ତି 

ନିଜକୁ ପ୍ରାଧାନ୍ୟ ଦେବା ସଙ୍ଗେ ସଙ୍ଗେ 

   ଆନେ ପ୍ରାଧାନ୍ୟ ଦିଅନ୍ତି ॥


ସତ୍ୱ ଗୁଣ ପ୍ରେମୀ ବିଶୁଦ୍ଧତା ଧର୍ମୀ 

   ନିଷ୍କଳଙ୍କ ତାଙ୍କ ପ୍ରେମ 

ଭଲ ଗୁଣ ପ୍ରତି ହୋଇ ଆକର୍ଷିତ 

   କରି ଚାଲିଥାନ୍ତି କର୍ମ ॥


ପ୍ରେମ ପାଇଁ ସୃଷ୍ଟି ଏ ବିଶ୍ୱ ବ୍ରହ୍ମାଣ୍ଡ 

   ପ୍ରେମରୁ ଜନ୍ମ ଆମର 

ପ୍ରେମକୁ ବାଣ୍ଟିଲେ ପ୍ରେମ ବୃଦ୍ଧି ହୁଏ 

   ପ୍ରେମ ଅନନ୍ତ ଅପାର ॥



Rate this content
Log in

Similar oriya poem from Inspirational