Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Comedy Inspirational Others

4  

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Comedy Inspirational Others

କୁଆଁର ପୁନେଇ ଜହ୍ନ ଗୋ

କୁଆଁର ପୁନେଇ ଜହ୍ନ ଗୋ

2 mins
219



       

କୁଆଁର ପୁନେଇ ଜହ୍ନ ଗୋ ଫୁଲ ବଉଳବେଣୀ

ଭଲ ବରପାଇଁ ଚଉରା ପୂଜାରେ

କୁମାରୀଙ୍କ ନାହିଁ ମନ ଗୋ ଫୁଲ ବଉଳବେଣୀ ।୧।


କୁମାର ଉତ୍ସବ ରୀତି ଗୋ ଫୁଲ ବଉଳବେଣୀ 

ସକାଳେ ସଂଜରେ ସୂର୍ଯ୍ୟ ଚନ୍ଦ୍ର ପୂଜା

ସଂସ୍କୃତିଟି ଏବେ ସ୍ମୃତି ଗୋ ଫୁଲ ବଉଳବେଣୀ ।୨।


ସ୍ମାର୍ଟଫୋନର ପ୍ରୀତି ଗୋ ଫୁଲ ବଉଳବେଣୀ 

ସମୟ ଯାଉଛି ମିଡ଼ିଆ ପ୍ରେମରେ

ଅନିଦ୍ରାରେ ଦିନ ରାତି ଗୋ ଫୁଲ ବଉଳବେଣୀ ।୩।


ପରମ୍ପରା ଯାଏ ଡୁବି ଗୋ ଫୁଲ ବଉଳବେଣୀ 

ପାହାନ୍ତି ରାତିରୁ ନିଦ ଭାଙ୍ଗେ ନାହିଁ

ଉଷୁମ ଗଦିକୁ ଛାଡି ଗୋ ଫୁଲ ବଉଳବେଣୀ ।୪।


ପ୍ରାତଃରେ ଆଞ୍ଜୁଳି ଟେକା ଗୋ ଫୁଲ ବଉଳବେଣୀ

ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବାକୁ

କୁମାରୀଙ୍କ ନାହିଁ ଦେଖା ଗୋ ଫୁଲ ବଉଳବେଣୀ ।୫।


ସନ୍ଧ୍ୟାରେ ଚଉରା ପୂଜା ଗୋ ଫୁଲ ବଉଳବେଣୀ

ନଡ଼ିଆ କାକୁଡି ଖଇ କଦଳିରେ 

ହେଉ ନାହିଁ ଜହ୍ନି ଓଷା ଗୋ ଫୁଲ ବଉଳବେଣୀ ।୬।


କୁଆଁର ପୁନେଇ ଓଷା ଗୋ ଫୁଲ ବଉଳବେଣୀ

ଉପବାସ କଲେ ଉଦରକୁ କଷ୍ଟ

ଖାଆନ୍ତି ବର୍ଗର ପିଜା ଗୋ ଫୁଲ ବଉଳବେଣୀ ।୭।


ଗାଆଁ ଦାଣ୍ଡେ ପୁଚି ଖେଳ ଗୋ ଫୁଲ ବଉଳବେଣୀ

ଦେଖିବାକୁ ଆଉ ମିଳୁନାହିଁ ଏବେ

ଟିଭି ମୋବାଇଲି କାଳ ଗୋ ଫୁଲ ବଉଳବେଣୀ ।୮।


ଯୁବକ ଯୁବତୀ ଭାବ ଗୋ ଫୁଲ ବଉଳବେଣୀ

ବିବାହ ପୂର୍ବରୁ ମିଳାମିଶା ହୋଇ

ଯୁବତୀଙ୍କ ହୁଏ ଗର୍ଭ ଗୋ ଫୁଲ ବଉଳବେଣୀ ।୯।


ଦେହ ଭୋକ କରେ ବାଇ ଗୋ ଫୁଲ ବଉଳବେଣୀ

କାମ ସରିଗଲେ ପୁଅଟି ଫେରାର

ଝିଅ ମରେ ବିଷ ଖାଇ ଗୋ ଫୁଲ ବଉଳବେଣୀ ।୧୦।


ଓଡ଼ିଆ ସଂସ୍କୃତି ନଷ୍ଟ ଗୋ ଫୁଲ ବଉଳବେଣୀ

ଝିଅପାଇଁ ଜ୍ୱାଇଁ ଖୋଜିବାର ଲାଗି

ବାପାଙ୍କର ନାହିଁ କଷ୍ଟ ଗୋ ଫୁଲ ବଉଳବେଣୀ ।୧୧।


ଫେସ ବୁକର ସାଙ୍ଗ ଗୋ ଫୁଲ ବଉଳବେଣୀ

ହ୍ଵାଟସ ଆପରେ ଭାବ ଦିଆ ନିଆ

ବୋଳିଦିଏ ପ୍ରେମ ରଙ୍ଗ ଗୋ ଫୁଲ ବଉଳବେଣୀ ।୧୨।


ନିଜ ସାଥି ନିଜେ ବାଛି ଗୋ ଫୁଲ ବଉଳବେଣୀ

ପ୍ରେମ ବିବାହରେ ଛନ୍ଦାଛନ୍ଦି ହୋଇ

ଜୀବନ ବିତାନ୍ତି କାନ୍ଦି ଗୋ ଫୁଲ ବଉଳବେଣୀ ।୧୩।


ଗୁରୁ ଗୁରୁଜନ କଥା ଗୋ ଫୁଲ ବଉଳବେଣୀ 

ପ୍ରେମ ନିଶାପାଇଁ କାନକୁ ଶୁଭେନି

ପରିବାର ପାଇଁ ବ୍ୟଥା ଗୋ ଫୁଲ ବଉଳବେଣୀ ।୧୪।



Rate this content
Log in