Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Others

4  

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Others

ଭକ୍ତି ମିଶିଗଲେ

ଭକ୍ତି ମିଶିଗଲେ

1 min
246


ଭକ୍ତି ମିଶିଗଲେ ଭୋଜନ ସହିତ

   ଖାଦ୍ୟ ପ୍ରସାଦରେ ଗଣା 

ଅଳ୍ପ ବହୁତରେ  ଫରକ ପଡେନି

   କେବେ ବି ହୁଏନି ଉଣା ।


ପେଟ ହେଲେ ଖାଲି ଖାଦ୍ୟ ଆବଶ୍ୟକ

    ନାମଟି ଯାହାର ଭୋକ 

ଖାଦ୍ୟ ପ୍ରତି ସ୍ପୃହା ଜନ୍ମ ନେଇ ମନେ

     ଆତ୍ମା ହୁଏ ଛଟପଟ ।


ଭକ୍ତି ସହକାରେ ଭୋକରେ ରହିଲେ

    ନାମ ତା'ର ଉପବାସ 

ଖାଦ୍ୟ ପ୍ରତି ସ୍ପୃହା ମନେ ଜାଗେନାହିଁ 

   ଆତ୍ମାକୁ ମିଳେ ସନ୍ତୋଷ ।


ଦୈନନ୍ଦିନ କର୍ମେ ଭ୍ରମଣ କରିଲେ

    ସମସ୍ତେ କହନ୍ତି ଯାତ୍ରା 

ଭକ୍ତି ଭାବଧରି  ଯାତ୍ରା ଅରମ୍ଭିଲେ

    କହିଥାନ୍ତି ତୀର୍ଥଯାତ୍ରା ।


ସଙ୍ଗୀତ ସହିତ ଭକ୍ତି ଯୋଗ ହେଲେ

    ଭଜନ ଜଣାଣ ନାମ 

ଭାବରେ ଭଜିଲେ ଭଗବାନ ପ୍ରାପ୍ତି

    ମାନବ ଜୀବନ ଧନ୍ୟ ।


ଗୃହ ମଧ୍ୟେ ହୃଦେ ଭକ୍ତି ଜାତ ହେଲେ

     ଗୃହଟି ମନ୍ଦିର ସମ 

ଶାନ୍ତି ସୁଖ ସଦା ରହେ ସେହି ଗୃହେ 

    ଦୂର ହୋଇ ସବୁ ଭ୍ରମ ।


କର୍ମ ସମ୍ପାଦନେ  ଭକ୍ତି ଭାବ ଥିଲେ 

    ତାକୁ ହିଁ କହନ୍ତି ସେବା 

କାହିଁପାଇଁ ଆମେ ସେବାର ଆଳରେ

    କର୍ମରୁ ବିଚ୍ୟୁତ ହେବା ।



Rate this content
Log in