କନ୍ୟା ଭୃଣ
କନ୍ୟା ଭୃଣ
ରଜନୀକାନ୍ତ ପାଢ଼ୀ
ମା’, ତୁ ଏଡିକି ଶକ୍ତିହୀନ,
ଅପାରଗ, ହେଇଗଲୁ କେମିତି ?
ମୋତେ ନଷ୍ଟ କରିବା ପାଇଁ-
ଚାଲିଥିବା ଚକ୍ରାନ୍ତକୁ
ରୋକୀ ପାରିଲୁନି ତୁ ?
ତୋ ଗର୍ଭରେ ଥାଇ ମୁଁ
ସ୍ଵପ୍ନ ଦେଖିଥିଲି, ଭୂମିଷ୍ଟ ପରେ
ମା’ ବୋଲି ଡାକିଥାନ୍ତି ତୋତେ
ତୋ ଥନରୁ ପାଇଥାନ୍ତି ଅମୃତ, କିନ୍ତୁ-
ଏ କ’ଣ ହେଲା ମାଆ !
ଏଡେ ଶକ୍ତିହୀନ ହୋଇ ପଡିଲୁ ତୁ,
ହାର ମାନିଗଲୁ ଯହ୍ଲାଦର ଯାତନାରେ !
ଅସହ୍ୟ ଯାତନା ଭୋଗିଲି ମୁଁ ତୋ ଗର୍ଭରେ
ତୁ ବି ଭୋଗିଛୁ ମୁଁ ଜାଣି ପାରିଛି l
ଏବେ ନଷ୍ଟ ଭୃଣ ମୁଁ l
ବାହାରି ଆସିଛି ତୋ ପେଟରୁ,
ଅଳିଆ ଗଦାକୁ l
କନ୍ୟା ଭୃଣ ମୁଁ କ’ଣ ଅବୈଧ ଥିଲି କି ମା ?
କ’ଣ ଅନାବଶ୍ୟକ ଥିଲି ମୁଁ ?
ଜୀବନରେ ମୋର କ’ଣ ଅଧିକାର ନ ଥିଲା ?
ମୁଁ ନାରୀ, ଆଇନ ମୋ ପାଇଁ ପଙ୍ଗୁ ହୋଇଛି,
ସେଇ ପୁଙ୍ଗବ ମାନଙ୍କୁ ମୁଁ ଶିକ୍ଷା ଦେବୀ ମା’ l
ଆଉ ଡେରି ନାହିଁ ସେଦିନ l
ପୂର୍ବ ଆକାଶରେ ଡିସିଲାଣି ବିପ୍ଳବର ରଙ୍ଗ l
ସେ ଦିନ ଆସୁଛି l
ସେ ଦିନ ଶୀଘ୍ର ଆସୁଛି l