STORYMIRROR

Suresh chandra Padhy

Inspirational

4  

Suresh chandra Padhy

Inspirational

କଣ୍ଟିଲୋ ନୀଳ ମାଧବ

କଣ୍ଟିଲୋ ନୀଳ ମାଧବ

1 min
275

ଜୟ ଜୟ ପ୍ରଭୁ ନୀଳ ମାଧବ 

ଭକତର ତୁମେ ଦୀନ ବାନ୍ଧବ ।


ଆହା କି ସୁନ୍ଦର ତୁମ ମୂରତି

ହୃଦୟେ ଦେଇଛ ତୁମେ ଭକତି ।


ତୁମେ ପ୍ରଭୁ କୃପାର ସାଗର

ଭକତକୁ କରୁ ଅଛ ନିଜର ।


ଯିଏ ତୁମକୁ କରେ ଦର୍ଶନ

କଟି ଯାଏ ତାର ଭବ ବନ୍ଧନ ।


କରି କି ପାରିବି ତୁମ ଗୁଣ ଗାନ

ଚରଣେ ଶରଣ ମାଗେ ଅକିଞ୍ଚନ ।


ମହାନଦୀ କୂଳେ ପୂଜା ପାଉଅଛ

କାହିଁ କେଉଁ ଯୁଗରୁ ତୁମେ ରହିଅଛ ।


ବିସ୍ଵାବସୁ ଭକ୍ତକୁ ଦେଲ ଦରଶନ

ଫଳ ଫୁଲ ଦେଇ କରିଲେ ପୂଜନ ।


ବିଦ୍ୟାପତି ଲଳିତାକୁ କରିଲେ ବିବାହ

ତୁମକୁ ଦେଖି ବାକୁ ରହିଥିଲା ଆଗ୍ରହ ।


ବିଶ୍ୱାବସୁ ସାଥେ ଦିନେ ବାହାରିଲେ

ସୋରିଷ ବୁଣି ବୁଣି ପଥରେ ଚାଲିଲେ ।


ପୁଣ୍ୟ ବଳେ ପାଇଲେ ତୁମ ଦର୍ଶନ

ଦର୍ଶନ ଦେଇ ତୁମେ ହେଲ ଅନ୍ତର୍ଦ୍ଧାନ ।


ମହୋଦଧିରେ ଦାରୁରୂପେ ଆସିଲ

ରାଜା ଇନ୍ଦ୍ରଦ୍ଵିମ୍ନ ଙ୍କୁ ଦର୍ଶନ ଦେଲ।


ବିଶ୍ୱକର୍ମା ହୋଇ ତୁମେ ଆସିଥିଲ

ନିଜେ ନିଜେକୁ ତୁମେ ଗଢିଥିଲ।


ଚତୁର୍ଦ୍ଧାମୂର୍ତ୍ତି ହେଲ ନୀଳାଚଳରେ

ଲୀଳା କରୁଅଛ ଶ୍ରୀ କ୍ଷେତ୍ର ଧାମରେ।


ତୁମରି ଚରଣେ ମନ ରହି ଥାଉ

ତୁମ ନାମକୁ ତୁଣ୍ଡ ଭଜୁଥାଉ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational