STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

କମ୍ପମାନ ଜୀବନ

କମ୍ପମାନ ଜୀବନ

1 min
260

ଏଇ ଦେଖ କମ୍ପମାନ ହୁଏ ଜୀବନ

ଠିକ୍ ସେଇ ଉତକ୍ଷିପ୍ତ ମହୋଦଧିର ଶଯ୍ୟା ପରି

ଶାନ୍ତ ଜଳଧି ଭିତରୁ ବି ମାଡ଼ି ଆସେ ଉତ୍ତାଳ ଲହଡ଼ି

ଯେମିତି ସବୁ କିଛି ଉଜାଡ଼ି ଦେବାର ଅଭିପ୍ରାୟ ପରି।


କେବେ ଦେଖିଛ କି କେଉଁ ଲହଡ଼ିକୁ ନ ଫେରିବାର 

ବା ଏମିତି କିଛି ଲୁଣା ପବନ ତା ଠିକଣା ଭୁଲିଯିବାର !

ସବୁ କିଛି କ୍ଷଣସ୍ଥାୟୀ ଏଠି,

ବାସ୍ କେଇ ମୁହୂର୍ତ୍ତର ଉତ୍ତେଜନାରେ

ହନ୍ତସନ୍ତ ହୁଏ ବିନିଦ୍ର ଜୀବନ

କେବେ ଦେଖିଛ କି ଝଡ଼କୁ କେବେ ନିଇତି ଅତିଥି ହେବାର !


ମନ ମୁନ, ଦେହ ଡହ, ଅହଂ, ମୋହ 

ସବୁ ଭାଙ୍ଗେ ଅଚାନକ ବାଲିଘର ପରି

କିନ୍ତୁ ବାଲିଘର ଢେର୍ ଗଢ଼ାହୁଏ ଗୋଟେ ପରେ ଗୋଟେ। 

ପୂର୍ଣ୍ଣଚ୍ଛେଦ ପରେ କେବେ ସରେନା କାହାଣୀ

କାଳବୈଶାଖୀରେ ଉତ୍ଫୁଲିତ ଧୂଳିର ଉଲ୍ଲାସ

ପରିଶେଷେ ମାଟିରେ ହିଁ ଲୋଟେ।


ବୁଡ଼ି ଦେଖ ଥରେ ସେଇ ଅଚଞ୍ଚଳ ଜଳ ପୃଷ୍ଠ ତଳେ 

କରି ଦେଖ ଜଳ ଧ୍ୟାନ ସଂସାରର ଫେନିଳ ସିନ୍ଧୁରେ। 

ନା ଥିବ ବେଳାଭୂମିରେ ଆଁ ମେଲି ଥିବା ଗୁପ୍ତ ଚୋରାବାଲି

ନା ଥିବ ମଥା ପିଟୁଥିବା ଦ୍ଵନ୍ଦ ମାନଙ୍କର ତୀବ୍ର ଆଲୋଡନ

ଚକ୍ ଚକ୍ କରୁଥିବ ସେଠି ଶାନ୍ତ ଶିହରଣ

ଓ ନୀରବରେ ଜୀଇଁ ଉଠୁଥିବା ଛଳ ଛଳ ସୁସୁପ୍ତ ଜୀବନ

ଛାଣି ହୋଇ ଆସୁଥିବା ଶୀତଳ ସୂର୍ଯ୍ୟ କିରଣରେ।


 



Rate this content
Log in

Similar oriya poem from Abstract