କଲମ
କଲମ
ଜୀବନ ସ୍ରୋତରେ ଭାସିଯିବା ଆଗରୁ
କୁଟା ଖଣ୍ତିଏର ଆଶ୍ରା ଦେଉଥିବା
ସାହି ଦୁଆତର ଏ କଲମ
ମୁର୍ଖକୁ ଶିଳ୍ପୀ କରିବାରେ ସେ ଓସ୍ତାତ ।
ତାକୁ ଯିଏ ଯେପରି ଭାବେ ଚଳାଇବ
ସେ ସେହିପରି ଲୋକଂକୁ ଚଳାଇବ
ମରଣ ପଥରୁ ଫୁଲ ରାସ୍ତାକୁ ଆଣୁଥିବା
ଏଇ କଲମ ।
କଲମ କେବେ ଜାଣେନା
ସେ ଗରୀବ ର ନା ଧନୀର
ଲେଖଚାଲେ ଅନବରତ
ଶେଷ ନିଶ୍ବାସ ପଯ୍ୟନ୍ତ ।
ଥକିପଡୁନୁ କେବେ
ଦାେଷ ବି ଦେଉନୁ କାହାକୁ
ଭୁଲ ଠିକ୍ ର ହିସାବ ନିକାଶ କରି
ଦାେଷୀକୁ ଚଢାଉ ଫାଶି ଖୁଣ୍ଟରେ ।
