STORYMIRROR

Prasanta kumar Hota

Inspirational

3  

Prasanta kumar Hota

Inspirational

କଲମ

କଲମ

1 min
26.4K


କଲମ


ବିଦ୍ୟା ଜ୍ଞାନ ଯାହା ଶ୍ରୁତି ଥିଲା କେବେ

ବଦଳେ ଲେଖନୀ ମୁନରେ

ଭୁଜ ପତ୍ରଠାରୁ ତାଳପତ୍ର ଯାଏ

ଇତିହାସ ତାର ସାଖିରେ


ସୃଷ୍ଟିର ବିକାଶେ ଶିଶାକୁ ପ୍ରକାଶେ

ଶିଶା ମୁନ ହେଲା ଲେଖାରେ

ବିଦ୍ୟାରେ ସହାୟ ନୁହେଁ ସେ ବିଲୟ

ସବୁରି ସାଥି ସେ ହାତରେ


ଲେଖିବା ବିକାଶ କ୍ରମଶଃ ପ୍ରକାଶେ

ଲିପିବିଦ୍ୟା ଲିପି କଳାରେ

ଚାହୁଁ ଚାହୁଁ ବୁଦ୍ଧି ଆଣିଲା ସମୃଦ୍ଧି

କଲମର ଆବିଷ୍କାରରେ


ଲେଖିବାକୁ ହେଲା ସହଜ ସରଳ

ଶିଶା ପରି ଲିଭେ ନାହିଁରେ

ଲେଖାକୁ ବଦଳ ହୋଇଲା ଜଟିଳ

ଝର କଲମର ଯାଦୁରେ


କଲମ କୁସୁମ ହେଲା ମହାଦ୍ରୂମ

କିରୀଟ କି ଶିରୋଭୁଷାରେ

କିଣାବିକା ଠାରୁ କଥାମୃତ ଯାଏ

ଲେଖାର ଧାର କଲମରେ


ଅସ୍ତ୍ରସମ ଧାର କଲମ ମୁନର

କମାଣବି ହାରି ଯାଏରେ

ମୁଖ ବୋଲି ଭାଷା ଲେଖିଦେଲେ ଘୋଷା

କଲମ କୁହୁକ କରେରେ


ବୁଦ୍ଧିଜୀବୀ ବାଣ କଲମ କାରଣ

ପଥରବି ଭାସି ଯାଏରେ

ଝରିଗଲେ ଥରେ ମସ୍ତକରୁ ଲୁହ

ଜନତା ଜାଗୃତି ଉଠେରେ।


ପ୍ରଭାବିତ ହୋନ୍ତି ଶତ ଶତ ଜନ

କଲମ ମୁନର ଗାରରେ

କେତେ ହୃଦୟରେ ଫୁଟାଏ ସେ ହସ

ଅସଂଖ୍ୟ ହଜାର ଲକ୍ଷରେ


କଲମ ମଲମ ଲେଖି ଜାଣୁଥିଲେ

କେତେ ହୃଦ କରେ ବଶରେ

ସଂଗ୍ରାମର ବହ୍ନି ପ୍ରେମ ବିରହାଗ୍ନି

ଜଳୁଥାନ୍ତି ତାର ଇସାରେ


କଲମ କରଣୀ କରୁଥାଏ ଗୁଣୀ

ଦେଉଥାଏ କେତେ କୃତିରେ

ମନର ଭାଷାକୁ କଲମ କୁହୁକ

ଦେଉଥାଏ ପୁଣି ଲେଖାରେ


କଲମ ପାଇଁ ତ ଗଳପ କାହାଣୀ

କାଗଜରେ ବହିଯାଏରେ

ଅକୁହା ଭାଷାକୁ କଲମ ସଜାଡେ

କଲମର କସରତରେ।


ପାପ ପୁଣ୍ୟ ପ୍ରେମ ଆଙ୍କି ଯେ ପାରିଛି

ରଙ୍ଗ ବେରଙ୍ଗର ଢଙ୍ଗରେ

ସଲାମ କଲମ କିର୍ତ୍ତି ଅବିରାମ

କଲମର ପ୍ରାଣ ସ୍ୟାହିରେ


କଲମ ପାଇଁ ତ ସମାଜ ସାହିତ୍ୟ

ଧରଣୀ ବୁକୁରେ ଧାଏଁରେ

ତଥାପି କଲମ ହଜିଯାଏ କାହିଁ

ସରିଗଲେ ତାର କାଳିରେ


ପୁରାଣର ଗାଥା ବର୍ତମାନ କଥା

ପ୍ରକାଶ କରିଛି କେତେରେ

ରାଜନେତା ଠାରୁ ରାଜ୍ୟବାସୀ ଯାଏ

ଖବର ଦେଇଛି କାଢିରେ ।


କଲମ କେତେଯେ ଦୁର୍ନୀତି ଧରିଛି

କଲମର କେତେ କାଳିରେ

କଲମ ସାହସ କାହାର ବା ଅଛି

କଲମରେ ନାହିଁ ଦୋଷରେ


ପ୍ରେମ ପରିହାସ ପ୍ରୀତି ପରବାସ

ଆଙ୍କିଦିଏ ତାର ମୁନରେ

ତା ପାଇଁ ଜୀବନ ଜୀବନ୍ତ ରହିଛି

କାହାର ସେ ନୁହେଁ କେବେରେ


ପ୍ରଶାନ୍ତ କୁମାର ହୋତା 🙏


Rate this content
Log in

Similar oriya poem from Inspirational