STORYMIRROR

Tapaswini DashSarangi

Abstract

2  

Tapaswini DashSarangi

Abstract

କଲମ ଓ ମୁଁ

କଲମ ଓ ମୁଁ

1 min
116

କଲମର ସାହାରାରେ ଲେଖେ ମନର କଥା

ତୃଷ୍ଣା ମେଣ୍ଟି ଯାଏ ପୁଣି କମି ଯାଏ ବ୍ୟଥା।

ଅସରନ୍ତି ଭାବନାର ଭଣ୍ଡାର ଏ ମନ

ତିଳ ତିଳ ଜଳି କେବେ ସହେ ସେ ଦହନ।

ଲୁଚି କି ରହି ପାରିବ ପରଦା ଆଢ଼ରେ

ହେବନି ସେ ଜରାଜୀର୍ଣ୍ଣ କବି ହୃଦୟରେ।

ବୁନ୍ଦାଏ ଆନନ୍ଦ ଦିଏ ସ୍ୟାହି ବିନ୍ଦୁଟିଏ

କୁହୁକ ପରାଏ ଦୁଃଖ ଅପସରି ଯାଏ।

ଘଡିଏ ରହି ପାରେନା କଲମକୁ ଛାଡି

ମୌନତାକୁ ମୋର ସଦା ଦିଏ ସେ ନିଗାଡି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract