କଳ୍ପନାରେ ଗଲି ହଜି
କଳ୍ପନାରେ ଗଲି ହଜି
ସାଜି ଚିତ୍ରକର ତୁମ ଛବି ଆଙ୍କି
କଳ୍ପନାରେ ଗଲି ହଜି,
ତୁମ ଛବି ଛଡ଼ା ମୋ ଦୁଇ ଆଖିରେ
ଦିଶୁ ନାହିଁ କିଛି ଆଜି ।
ଲେଖିଅଛି ପୁଣି କେତେ ଯେ କବିତା
ରାତି ହୋଇ ଉଜାଗର,
ପଢିଲେ ଜାଣିବ ପ୍ରତି ପଦେ ଅଛି
ତୁମ ସବୁଜ ସ୍ବାକ୍ଷର ।
ଜାଣେନା ମୁଁ କେଉଁ ଯାଦୁଗରୀ ସ୍ପର୍ଶ
ରହିଛି ତୁମରି ଠାରେ ,
ତୁମ ସହ ଦେଖା ହେଲା ପରେ ଆଉ
ମନ ନାହିଁ ଆୟତ୍ତରେ ।
ତୁମକୁ ଖୋଜୁଛି ସାରା ସହରରେ
କାଳେ ଦେଖା ମିଳିଯିବ,
ମନ ଖୋଲି କାଳେ କଥା ହେଲେ ଥରେ
ହୃଦୟଟା ଶାନ୍ତ ହେବ ।