କଳ୍ପନା
କଳ୍ପନା
କୋଟି କୋଟି କଳ୍ପନା ର
ସୌଧ ଆସେ ମନେ
ଗଢା ହୁଏ କେତେ କେତେ
ସୁରମ୍ୟ ମହଲ
ପୁଣି ହୋଇଯାଏ ଚୁର୍ ମାର୍
ସମୟର କରାଳ ସ୍ରୋତରେ ।
କିଛି ଛାପ ଛାଡିଯାଏ
ମାନସପଟ୍ଟରେ
ଝାପ୍ସା ଝାପ୍ସା ଦିଶେ
ବୁଢିଆଣୀ ଜାଲ କିବା ଇଏ ।
କଳ୍ପନା ତ ସତ୍ଯ ନୁହଁଇ
ତା ସ୍ରୋତରେ ଭସାଇ ସେ ନିଏ
ନଥାଏ କେ ସୂତ୍ରଧର ତାର
ମନୁ ଆସି ମନେ ଲୁଚିଯାଏ ।
ଅନନ୍ତ ର ଅନ୍ତ ହୁଏ ତାର
କଳ୍ପନାର ବିଳାସ ଲୁଚିଲେ
ସ୍ମୃତି ତାର ଛଟପଟ କରେ
କେବେ ଅବା ସୁବାସ ବିତରେ।
ଭାବ ଅବା ନଭାବ ମନରେ
କଳ୍ପନା ତ ଆପେ ଆପେ ଆସେ
ବାର୍ତ୍ତାଳାପ ନକର ତା ସାଥେ
ବାର୍ତ୍ତାବହ ବାର୍ତ୍ତା ଘେନି ଆସେ ।
ବାର୍ତ୍ତା ଦିଅ ଅଥବା ନ ଦିଅ
ସେଥିନେଇ ଚିନ୍ତା ନାହିଁ ତାର
ମନକଥା ସବୁ ଜାଣେ ସିଏ
ପରଶଇ ଆନ କା ପାଶର ।
କଳ୍ପନା ମୋ ସହଜାତ ବୃତ୍ତି
କଦାଚିତ୍ ଛାଡି ହୁଏ ନାହିଁ
କଳ୍ପନାରହିତ ହୋଇ କେହି
ରହିବ କି ସଦା ମୁଁ ଭାବଇ ।