କଳ୍ପବଟେ ତୋର ବାନ୍ଧିଲି ଡୋର
କଳ୍ପବଟେ ତୋର ବାନ୍ଧିଲି ଡୋର
କଳ୍ପ କଳ୍ପ ଧରି ସାକ୍ଷୀ ବଟ କଳ୍ପତରୁ
ପ୍ରଳୟ କାଳରୁ ଅଛ ହୋଇ ମହାମେରୁ ll
ପ୍ରଭୁ ହେ ବାଳ ମୁକୁନ୍ଦ ରହିକି କଳ୍ପରେ
ସୃଷ୍ଟିର ସର୍ଜନା କଲ ଏ ସାରା ବିଶ୍ୱରେ ll
ଚାରି ଡାଳେ ଚାରି ବେଦ କରିକି ଧାରଣ
ପଥ ପ୍ରଦର୍ଶକ କରେ କଳ୍ପବଟ ଜାଣ ll
ମୂଳରେ ଧରିଛି କଳ୍ପ ଜ୍ଞାନର ଠାକୁର
ବୁଦ୍ଧି ସିଦ୍ଧି ଦାତା ସେହି ପ୍ରଭୁ ଗଜାନନ ll
ଜଗତ ଜନନୀ ମାତା ମଙ୍ଗଳ ଦାୟିନୀ
କଳ୍ପ ପାଶେ ରହି କରେ ଶାନ୍ତି ପ୍ରଦାୟନୀ ll
କଥା ଭାଗବତ ରଚେ ଦାସ ଜଗନ୍ନାଥ
ବଟ ମୂଳେ ବସି ଦାସ ପାଏଯେ ଅମୃତ ll
ଚୈତନ୍ୟ, ଅଚ୍ୟୁତ ଆଦି ଅନେକ ଭକତ
ଆଶୀର୍ବାଦ ପାଇ ସର୍ବେ ହୋଇଛନ୍ତି ତୃପ୍ତ ll
ମୁକ୍ତିର କାମନା କରି କଲେ ପ୍ରଦକ୍ଷଣ
ସଂସାର ହାଟରୁ ହଟେ ଅନେକ କଷଣ ll
କାମନା ମନରେ କରି ବାନ୍ଧିଦେଲେ ଡୋର
କଳ୍ପ ବଟ ପୂର୍ଣ୍ଣ କରେ ଆଶା ଯେ ଭକ୍ତର ll
ଷଡ଼ରିପୁ ଛାଡି ନର ମୂଳେ ଧ୍ୟାନ କଲେ
କୋଳେଇ ନେଇକି କଳ୍ପ ଆଶିଷ କୁ ଢାଳେ ll
