କଳଙ୍କିନୀ
କଳଙ୍କିନୀ
କଳଙ୍କିନୀ ବୋଲି ସଭିଏଁ କହନ୍ତି
ଦାଣ୍ଡକୁ ବାହାରି ଗଲେ
ଥଟ୍ଟା ପରିହାସ କରୁଥାନ୍ତି ମୋତେ
ସାହି ପଡିଶାର ପିଲେ ।
ସହି ବି ପାରୁନି ରହିବି ପାରୁନି
ତୁମ ଏ ସନ୍ତକ ପାଇଁଁ
ଭଲ ପାଇବାଟା କଳଙ୍କିତ ହେଲା
ବଞ୍ଚିବି କେମିତି ମୁଁହି ।
ବାହାଘର ହେବା ଦିନ ଦଶଟାରେ
କରୋନାରେ ଗଲ ଚାଲି
କହି ପାରିଲନି ତୁମ ଘରେ ଥରେ
ତୁମରି ସନ୍ତକ ବୋଲି।
ଅନାଥିନୀ ବୋଲି ବାହାର କରିଲେ
ହୋଇଲି ଆଶ୍ରୟ ହିନ
ସମୁଦ୍ର ଗର୍ଭକୁ ଡେଇଁ ଆଜି ମୁଁହି
ହାରୁଅଛି ଏ ଜୀବନ ।
ବାହାଘର ଏଇ ପବିତ୍ର ବନ୍ଧନ
କଳଙ୍କିତ ହେଲା ଆଜି
ବଞ୍ଚି ପାରିଲିନି ତୁମେ ବିନା ସାଥି
କଳଙ୍କିନି ଟିଏ ସାଜି ।
କ୍ଷମା କରିଦେବ ତୁମ ସନ୍ତକକୁ
ନ ଦେଖେଇ ଦିବାଲୋକ
ପଛେଇଲିନି ମୁଁ ଜୀବନ ନେବାକୁ
ଧିକ ମୋ ଜୀବନ ଧିକ ।