STORYMIRROR

Prahallad Sahoo

Abstract Inspirational

4  

Prahallad Sahoo

Abstract Inspirational

କଳିଯୁଗର ଯାତ୍ରା ପଥେ ମାନବ

କଳିଯୁଗର ଯାତ୍ରା ପଥେ ମାନବ

1 min
395


କଳିକାଳ ଯୁଗ ହେଲାରେ ସଙ୍ଗାତ କଳିକାଳ ଯୁଗ ହେଲା,

ଆଷାଢ, ଶ୍ରାବଣ ବରଷା ହୁଡି,

ପୌଷ, ମାଘେ ମେଘ ବରଷିଲା।

କଳିକାଳ ଯୁଗ ହେଲା।

ବିଧିର ବିଧାନ କେ କରିବ ଆନ

ଇଏତ କଳିକାଳ ରୀତି 

କିଏ କାହାର ଗୁରୁ କିଏ ବା ଚେଲା

ଏଠି ସଭିଏଁ ଗୁରୁ ଭାବନ୍ତି।।

ବ୍ରାହ୍ମଣ ହୋଇକି ମଦ ମାଂସେ ଲିପ୍ତ

ବ୍ରହ୍ମ ଅର୍ଥ ଜଣା ନାହିଁ

ପରକିଆ ପ୍ରୀତିର ଉନ୍ମାଦ ନର

ଅଜ୍ଞ ସମ୍ବିଧାନ କହଇ।।

କଥା କଥାରେ ଏଠି ହାତ ଉଠିଛି

ଭାଷା ଜ୍ଞାନ ଆଉ ନାହିଁ

ବନ୍ଧୁକ ଗୁଳିରେ ଜୀବନ ଯାଉଛି

ଅତି ଉତ୍ତେଜିତ ହୋଇ।।

ପରମାଣୁ ଶକ୍ତି ଆଗେ ମହାଶକ୍ତି 

ଏଠି ହାର ମାନି ଅଛି

ଗୁଳା ବାରୁଦର ଯୁଦ୍ଧ ହେଉନାହିଁ

ଭାଇରସ ପ୍ରାଣ ନେଉଛି।।

ଜୈବିକ ହତିଆର ଯାହାର ଅଛି

ସିଏ ଏଠି ମହାଶକ୍ତି

ପରିବର୍ତ୍ତନ ନାମେ ଧ୍ବଂସାଭିମୁଖି 

ମଣିଷ ହେଇ ସାରିଛି।।

ଜୈବିକ ଭାଇରସ କରୋନା, ସାରସ

ଦୁନିଆକୁ କଲେ ଧ୍ବଂସ 

କମ୍ପ୍ୟୁଟର ଭାଇରସ ଆଇ ଲଭ ୟୁ

ଉନ୍ନତିର ଅବଶୋଷ।।



Rate this content
Log in

Similar oriya poem from Abstract