କଳିଯୁଗର ସାବିତ୍ରୀ ପୁରାଣ
କଳିଯୁଗର ସାବିତ୍ରୀ ପୁରାଣ


ସାବିତ୍ରୀ କହୁଛି ଚାହିଁ ଯମଙ୍କ ବଦନ
ଏଥରକ ଛାଡିଦିଅ ମୋ ସ୍ବାମୀ ଜୀବନ ।
ବେକକୁ ମୋ ସୁନାହାର ଆଣିଛନ୍ତି ସ୍ବାମୀ
ତା' ସାଥୀର ଦେଇଛନ୍ତି ଶାଢୀଟିଏ ଦାମୀ ।
କେତେ ଫଳମୂଳ ଆମ୍ବ କମଳା କଦଳୀ
ପଣସ ସପୁରୀ ତାଳ ଖଜୁରୀ ପିଜୁଳି ।
ସବୁଥିରୁ ଟିକେ ଟିକେ କରି ଖାଇଯାଅ
କରୁଛି ଗୁହାରୀ ଯମ ସ୍ବାମୀଙ୍କୁ ନ ନିଅ ।
ସ୍ବାମୀ ମୋର ଭାରି ଭଲ ନେଇଛନ୍ତି ଛୁଟି
ଯେତେ ଯାହା କହିଲେ ବି ଖୋଲନ୍ତିନି ପାଟି।
ଯାଅ ଯମ ଫେରିଯାଅ ନ ନେଇ ପରାଣ,
ଆସିବ ଆର ବରଷ ତୁମକୁ ମୋ ରାଣ ।
ଯଦି ସ୍ବାମୀ ଆଣିବେନି ମୋ ଲାଗି ଜିନିଷ
କ୍ଷଣକରେ ଟାଣିନେବ ମୋ ସ୍ବାମୀ ଆୟୁଷ।
ଏହା ଶୁଣି ଯମରାଜ ହେଲେ ହସହସ,
କହିଲେ ସଧବା ହୋଇ ରହ ଏକବର୍ଷ ।
ଆର ବରଷକୁ ପୁଣି ଆସିବି ମୁଁ ଜାଣ
ଯଦି ତୋର କଥା ସ୍ବାମୀ ନକରେ ପୂରଣ ।
ଏହା କହି ଧର୍ମଦେବ କରିଲେ ପ୍ରସ୍ଥାନ,
ସରିଲା କଳିଯୁଗର ସାବିତ୍ରୀ ପୁରାଣ ।
ବୋଲ ଆନନ୍ଦେ ଏକବାର ହରିବୋଲ ।