STORYMIRROR

kahnu charan sahu

Tragedy

4  

kahnu charan sahu

Tragedy

କଳିଯୁଗ ମାନବ

କଳିଯୁଗ ମାନବ

1 min
37



ଭଜେ ନାହିଁ କେବେ ସେ ଈଶ୍ୱର ନାମ

ମାନେନାହିଁ ବଡ ସାନ

ବିକୃତ ମସ୍ତିଷ୍କ ହୃଦୟ ବିଷାକ୍ତ

ଅହଂକାରେ ଭରା ମନ ।୧।

ଦରଦ ନ ଥାଏ ଦରଦୀଙ୍କ ପାଇଁ

କର୍ମ ତାର କଳୁଷିତ

ସମ୍ମାନର ମାନ ତାଆ ପାଖେ ହୀନ

ଅନୀତି ଅନ୍ୟାୟେ ଲିପ୍ତ ।୨।

ଅସୁରଠୁ ବଳି କରେ ଅତ୍ୟାଚାର

ବୟସ ମାନେନି ବୀର

ଦୁଷ୍କର୍ମୀ ଆଘାତେ ନାରୀର ବକ୍ଷରୁ

ଝରଇ ରୁଧିର ଧାର ।୩।

ରକ୍ଷକ ସାଜୁଛି ଭକ୍ଷକ ସମାଜେ

ମଣିଷ ପିଉଛି ରକ୍ତ

ଅଂହ ଭରି ହୃଦେ ଈଶ୍ୱରଙ୍କ ପାଶେ

ଲାଞ୍ଚ ଦେଉଅଛି ଭକ୍ତ ।୪।

ମିଛ ସମ୍ପର୍କରେ ଗଡୁଛି ସଂସାର

ପ୍ରେମକୁ ସ୍ବର୍ଗୀୟ ଭାବି

ପିତାମାତା ପ୍ରେମ ଭାବୁଅଛି ଭ୍ରମ

ଆକର୍ଷଣେ ଉଭା ଦେବୀ ।୫।

ପ୍ରେମ କରୁଅ

ଛି ଯୁବା ଶରୀରକୁ

ଚାଖିବାକୁ ଦେହ ସ୍ୱାଦ

କେତେ ଭଣ୍ଡବାବା ପ୍ରୀତିର ନିଶାରେ

ଧର୍ମରେ କରନ୍ତି ଛେଦ ।୬।

ପରକୀୟା ପ୍ରିତି ଅପୂର୍ବ ଅଟଇ

ଦୋଷୀଯେ ପାଉନି ଦଣ୍ଡ

ଅତ୍ୟାଚାରୀ ଭୋଗେ ବିଳାସ ଜୀବନ

ନିର୍ଦ୍ଦୋଷ ଗଣଇ ତଣ୍ଡ ।୭।

ସ୍ନେହ, ଶ୍ରଦ୍ଧା, ଭକ୍ତି କଳି ମଣିଷର

ଲୋକ ଦେଖାଣିଆ ଅଟେ

ଜୀଅନ୍ତା ଈଶ୍ୱର ଜରାଶ୍ରମେ ସଢ଼େ

ନର, ନର ମୁଣ୍ଡ କାଟେ ।୮।

ସଂସ୍କାର, ସଂସ୍କୃତି ରୋଗରେ ପୀଡିତ

ପରମ୍ପରା ଛଟପଟ

ସ୍ୱଳ୍ପ ବସ୍ତ୍ର ପିନ୍ଧି ସମ୍ରାଟ ସାଜଇ

ପଶ୍ଚ୍ୟାତାର ହୋଇ କୀଟ ।୯।

କାମ, କ୍ରୋଧେ ମନ ଥାଏ ରାତି ଦିନ

ଶ୍ବଶୁରାଳୟ ଯେ ସ୍ୱର୍ଗ

କଳିଯୁଗ ନର କରି ଅତ୍ୟାଚାର

ବାଛି ନିଏ ଧ୍ବଂସ ମାର୍ଗ ।୧୦।



Rate this content
Log in

Similar oriya poem from Tragedy