କଳିଙ୍ଗ : ଏକ ଅନୁଭବ
କଳିଙ୍ଗ : ଏକ ଅନୁଭବ
ଏଇ କି ସେ କଳିଙ୍ଗ !
ଧୂସର ଧଉଳି ପାହାଡ଼ ତଳର ରକ୍ତ ସିକ୍ତ ମାଟି
ବଙ୍କା କରି ଥିଲା ତୀକ୍ଷ୍ଣ ଶକ୍ତ ତରବାରୀକୁ ,
ଶୁଣେଇ ଦେଇ କର୍ଣ୍ଣ ଗହ୍ୱରରେ
ବୁଦ୍ଧମ ଶରଣ ଗଚ୍ଛାମୀ...
ଚଣ୍ଡାଳକୁ ଧର୍ମାଳୁ କରି
ବିଶ୍ୱ ଇତିହାସକୁ ଦେଇଥିଲା ଅକ୍ଷୟ ମର୍ଯ୍ୟାଦା ।
ପୁନଶ୍ଚ ସାଜି ଥିଲା
ଅସୀମ ଶକ୍ତି ଧୈର୍ଯ୍ୟ ସାହସର ପ୍ରତୀକଟିଏ
ଧମନୀ ଓ ଓସାରିଆ ଛାତିକୁ ଦେଇ ଶତ ସିଂହର ବଳ ।
ପୁନଶ୍ଚ ପୁରାଣ ବର୍ଣ୍ଣିତ ଦ୍ୱୀପ ମୁହାଁ ହେଇ
ଯାର ପୂର୍ବ ସୁରୀ
ସାତ ଦରିଆ ତେର ନଈ ପାର ହେଇ
ଚାରି ମାସ ଆରିସା ପିଠାଖାଈ
ପଲଟଣା ଜାହାଜରେ
ନୌବାଣିଜ୍ୟକରି ବିଦେଶରୁ ବୋହି ଆଣୁ ଥିଲେ
ଗଣ୍ଠିଲି ଗଣ୍ଠିଲି ସାଂସ୍କୃତିକ_ସାହିତ୍ୟ_ଧନ ଧାନ୍ୟ ଓ ଅଜାଡ଼ି ଦେଇ ଥିଲେ ଗଦା ସମ୍ପର୍କ ।
ଯାର ମାୟାରେ ବାୟା ହୋଇ
ଚେଦି କୂଳ ମୁଖିଆ ଐର ଖାରବେଳ ଫେରାଇ ଆଣିଥିଲେ ସେ ଆଦି ପ୍ରଣମ୍ୟପୁଣ୍ୟ ଜିନାସନକୁ
ଜୀନ ବାଦର ସୂତ୍ର ଧର ତତ୍ ସହିତ
ଶିବ ଲିଂଗ ର ଜୀବନ୍ୟାସକାରଟିଏ ସାଜି l
ତତ୍ ସହିତ...
ଅଠରଦିନିଆ ମହାଭାରତ ଯୁଦ୍ଧରେ କୁରୁପିଙ୍କ ଆହ୍ୱାନରେ ଯେଉଁ ମାଟିର ବୀର ଶୂର ହସ୍ତୀ ଆରୋହୀ ଦେଖାଇ ଥିଲେ ଅସୀମ ସାହସ ,
ନିଜ ଜୀବନକୁ ଉତ୍ସର୍ଗ କରି ।
ଏମିତିକା ଅନେକ କିଛି..
କିଏ କହେ ମାଟି
କିଏ କହେ ଜାତି
ଆଉ କେହି କେହି କହନ୍ତି ସାଗର_ଆକାର
କହୁଥିଲେ ସରି ବନି ଲମ୍ବି ଚାଲିଛି ଛାଏଁ ଛାଏଁ
କାଳୀରୁ କଲମ ଯାଏଁ
କେମିତି ବା ସରିଯିବ
ସେ ଗୋଟେ ଅନୁଭବ ଯା ବିନା ସତ୍ତା ଅସମ୍ଭବ
ସେ ଗୋଟେ ବିନ୍ଦୁ ଯେଉଁଠୁ ସୃଷ୍ଟି ଭାବ ସିନ୍ଧୁ ।