STORYMIRROR

Gitanjali Pujapanda

Tragedy Children

4  

Gitanjali Pujapanda

Tragedy Children

କଳିକା

କଳିକା

1 min
248

ସୁନ୍ଦର ଝିଅଟିଏ ନା ତାର କଳିକା


ଦେଖିବାକୁ କୋମଳ ଫୁଲ ଭଳିଭଳିକା


ନାଲି ଟୁକୁ ଟୁକୁ ଓଠ ହସିହସା ଏ ସଭିଙ୍କୁ


ତାର ମଂଗଳ କାମନା କରି ସମସ୍ତେ ପ୍ରାର୍ଥନା


କଲେ ପ୍ରଭୁଙ୍କୁ ହସିହସାଉ ଥିବା ଝିଅର କଣ ??


ହେଲା ଆଜି ବିଛଣାରେ ପଡିରହିଛି 


ତା' ମୁହଁରୁ ହସ ଯାଇଛି ସତେ ଲିଭି

 

ମଣିଷ ରୂପୀ ରାକ୍ଷସର କାମ ବାସନାରେ 


ବଳି ଚଢ଼ିଛ ତାର ସେ ଫୁଲ ପରି ଦେହଟି!!


ସ୍କୁଲରୁ ଆସି ଖେଳୁ ଥିଲା ବସି ଚକଲେଟ ଦେବା


 ବାହାନାରେ ରାକ୍ଷସ ଟିଏ ଡାକି


ନେଇ ଗଲା କ୍ଷୀଣ ଭିତରେ ଖିନ ଭିନ କଲା


ଫୁଲ ଠୁ କୋମଳ ଦେହଟିକୁ ତାର ଧମକ


ଦେଇ ଛାଡି ଗଲା କହିବୁ ଯଦି କାହାକୁ ଜୀବନରେ


ତେତେ ଦେବି ମାରି  !!କଇଁ କଇଁ ହୋଇ କାନ୍ଦେ ସିଏ


ଆଜି ଦେହରେ ନାହିଁ ବଳ ତାର 

 

ବାପା ମାଆଙ୍କର ଅସାବଧାନତା ଯୋଗୁ ଶୈଶଵଟା

ହୋଇ ଗଲା ତା ପାଇଁ କାଳ!!

 

ଖେଳିବା ବୁଲିବା ନକରିଆଜି ଭୟରେ

 ହୁଏ ସେ ଥର ହର ,

ଯାହାକୁ ଦେଖେସେ ରାକ୍ଷସର ମୁହଁଟି ଆଖି ଆଗେ ନଚେ  


ଡରି ମରି କି ସିଏ ବୋଉର ପଣତଧରି ନିଏ       


ସେ ଦିନ ଠୁ ସେ ଘର ବାହାରକୁ ନ ଯାଏ ।


କେତେ ଯେ କଳିକାପରି

ଶିଶୁ ମାନକର ଶୈଶଵ ଆଜି ହୁଅଇ ନଷ୍ଟ


ଡର ଭୟରେ ଦିନ କାଟନ୍ତି କେତେ ଯେ ଜୀବନ 

ହରାଇ ବସନ୍ତି ଶୈଶଵ ଏକ କଳଙ୍କ ହୁଏତାଙ୍କ ଜୀବନର ।


ଶିଶୁ ପୁଅ ହଉ କି ହଉ ଝିଅ ସ୍ନେହରେ ଆଦରି ନିଅ 

ଉପଯୁକ୍ତ ଯତ୍ନଦେଇ ସୁନ୍ଦର ସୁରକ୍ଷିତ ଭବିଷ୍ୟତ ଦିଅ ।


ଶିଶୁର ଶୈଶଵ ହସିଲେ ହସିବ ତାର ଭବିଷ୍ୟତ

ବାବା ମାଆଙ୍କର ପ୍ରଥମ କର୍ତ୍ତବ୍ୟ ଏ ଯୁଗରେ ଆଜି 


ସବୁ ପ୍ରକାର ଶିକ୍ଷାଦିକ୍ଷା ଦେଇ ଶିଶୁର ଶୈଶଵକୁ କରନ୍ତୁ 

ସୁରକ୍ଷିତ କାରଣ ଆଜିର ଶିଶୁ କାଲିର ଭବିଷ୍ୟତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy