STORYMIRROR

Tushar Kanta Prasad

Inspirational

4  

Tushar Kanta Prasad

Inspirational

କଳିକା

କଳିକା

1 min
283

ନବ ପ୍ରସ୍ଫୁଟିତ କଳିକା ଟେ ସାଜି,

ବଢାନ୍ତି ଶୋଭା କାନନେ ।

ହସରେ ବରଷେ ଅମୃତର ଝର,

ଉଲ୍ଲାସ ଭରନ୍ତି ମନେ।।


ସୂର୍ଯ୍ୟୋଦୟ ପରା ନବ ଦିବସର,

ନାଶିବାକୁ ଅନ୍ଧକାର।

ନୂଆ ସମ୍ଭାବନା ଏ ସମାଜ ପାଇଁ,

ସତେ ଅବା ଅବତାର।।


କ୍ଷୁଦ୍ର ନଦୀ ଦାନ ସାଗରକୁ ଜଳ,

ଦୀପ କରେ ଦାନ ଜ୍ଯୋତି।

କ୍ଷୁଦ୍ର ଶାମୁକାରେ ଲୁଚି ରହିଥାଏ,

ବହୁମୂଲ୍ୟବାନ ମୋତି।।


ଏ ମାଟିର ବିତ୍ତ ଅଟେ ଶିଶୁ ଚିତ୍ତ,

ଦେଶ ପ୍ରେମ ଥାଏ ଭରି।

ଶୈଶବକୁ ଲୁଟି ଦିଅନାହିଁ ଭେଟି,

ବିଦ୍ରୋହର ବହ୍ନି ଭରି।।


କାଲିର ନାୟକ ପଥପ୍ରଦର୍ଶକ,

ପରିଚୟ ମାଟି ପାଇଁ।

ସଭିଏଁ କରହେ ସୁରକ୍ଷା ଶିଶୁର,

ସ୍ବଭାବ ଅକ୍ଷୁର୍ଣ୍ଣ ପାଇଁ।।


ଛୋଟ ଚାରା ଟିଏ ହୁଏ ମହାଦ୍ରୁମ,

ପ୍ରଯତ୍ନ ଟିକିଏ କଲେ।

ତୃଷାତୁର ପାଇଁ ସାଗର ଅଲୋଡା,

କ୍ଷୁଦ୍ର କୂପ ପାଶେ ଥିଲେ।।


Rate this content
Log in

Similar oriya poem from Inspirational