କଳି ସାବିତ୍ରୀ ସତୀ
କଳି ସାବିତ୍ରୀ ସତୀ
ଓଡ଼ିଆ ବୋହୂଙ୍କ ପବିତ୍ର ବ୍ରତ
ସାବିତ୍ରୀ ବ୍ରତ ଜାଣ
ଏହି ବ୍ରତ କରି ସତ୍ୟବାନଙ୍କର
ସନ୍ତୁଷ୍ଟ କରିବେ ମନ
ନେଟ୍ ଶାଢୀ ପିନ୍ଧି ମନ୍ଦିରକୁ ଯିବେ
ଦିଶୁଥିବ ଦେହେ ଅଙ୍ଗ
ଅଙ୍ଗ ଦେଖାଇ ସେ କି ଚଲା ଚାଲିବ
ଦେଖୁଥିବେ ଦାଣ୍ଡେ ଲୋକ
ଏହା ଦେଖି ସ୍ବାମୀ ଶଶୁର ଜଳୁଛେ
କୁହନ୍ତି ନି ମୁହଁ ଖୋଲି
କହିଦେଲେ କଳେ ବଜ୍ରପାତ ହେବ
ସେ କଥା ଭାବନ୍ତି ଖାଲି
ଏମିତିକା ବୋହୂ ସାବିତ୍ରୀ ହୋଇଛି
ବ୍ରତ କରେ ମନ୍ଦିର ଯାଇ
ଘରେ ସ୍ବାମୀ ଯଦି ସୁଖିରହି ନାହିଁ
ବ୍ରତ କରେ କାହାପାଇଁ
ସ୍ବାମୀଙ୍କ ପଦାକୁ ମୁଣ୍ଡରେ ଲଗାଇବା
ସଂସ୍କୃତି ଭୁଲିଚ ତମେ
ସ୍ବାମୀଙ୍କ ଗୋଡ଼କୁ ପାଦରେ ଦଳିବା
ସିଖିଯାଇ ଅଛ ତମେ
ସ୍ନେହ ଭକ୍ତି ପ୍ରେମ ସ୍ବାମୀ ଠାରେ ଯେବେ
ରହିଥିବ ମନ ପ୍ରାଣ
ତା ମନକୁ କେବେ କଷ୍ଟହେଲା ପରି
କରିବନି କୋଉ କାମ
ଓଡ଼ିଆ ବୋହୂର ପରମ୍ପରା ତୁମେ
ଭିଲିବନି ମନୁ ଜମା
ତାହେଲେ ସଭିଙ୍କ ମନରେ ରହିବ
ଶ୍ରେଷ୍ଠରେ ହୋଇବ ଗଣା ।
