STORYMIRROR

Manoja kumar Pattnayak

Tragedy

3  

Manoja kumar Pattnayak

Tragedy

କଳି ସାବିତ୍ରୀ ସତୀ

କଳି ସାବିତ୍ରୀ ସତୀ

1 min
294

ଓଡ଼ିଆ ବୋହୂଙ୍କ ପବିତ୍ର ବ୍ରତ

ସାବିତ୍ରୀ ବ୍ରତ ଜାଣ

ଏହି ବ୍ରତ କରି ସତ୍ୟବାନଙ୍କର

ସନ୍ତୁଷ୍ଟ କରିବେ ମନ

ନେଟ୍ ଶାଢୀ ପିନ୍ଧି ମନ୍ଦିରକୁ ଯିବେ

ଦିଶୁଥିବ ଦେହେ ଅଙ୍ଗ

ଅଙ୍ଗ ଦେଖାଇ ସେ କି ଚଲା ଚାଲିବ

ଦେଖୁଥିବେ ଦାଣ୍ଡେ ଲୋକ

ଏହା ଦେଖି ସ୍ବାମୀ ଶଶୁର ଜଳୁଛେ

କୁହନ୍ତି ନି ମୁହଁ ଖୋଲି

କହିଦେଲେ କଳେ ବଜ୍ରପାତ ହେବ

ସେ କଥା ଭାବନ୍ତି ଖାଲି

ଏମିତିକା ବୋହୂ ସାବିତ୍ରୀ ହୋଇଛି

ବ୍ରତ କରେ ମନ୍ଦିର ଯାଇ

ଘରେ ସ୍ବାମୀ ଯଦି ସୁଖିରହି ନାହିଁ

ବ୍ରତ କରେ କାହାପାଇଁ

ସ୍ବାମୀଙ୍କ ପଦାକୁ ମୁଣ୍ଡରେ ଲଗାଇବା

ସଂସ୍କୃତି ଭୁଲିଚ ତମେ

ସ୍ବାମୀଙ୍କ ଗୋଡ଼କୁ ପାଦରେ ଦଳିବା

ସିଖିଯାଇ ଅଛ ତମେ

ସ୍ନେହ ଭକ୍ତି ପ୍ରେମ ସ୍ବାମୀ ଠାରେ ଯେବେ

ରହିଥିବ ମନ ପ୍ରାଣ

ତା ମନକୁ କେବେ କଷ୍ଟହେଲା ପରି

କରିବନି କୋଉ କାମ

ଓଡ଼ିଆ ବୋହୂର ପରମ୍ପରା ତୁମେ

ଭିଲିବନି ମନୁ ଜମା

ତାହେଲେ ସଭିଙ୍କ ମନରେ ରହିବ

ଶ୍ରେଷ୍ଠରେ ହୋଇବ ଗଣା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy