କଳେ ବଳେ କଉଶଳେ
କଳେ ବଳେ କଉଶଳେ
କେହି ରହିନାହିଁ ରହିବେ ନାହିଁଟି
ଭଵରଂଗ ଭୂମି ତଳେ
ସର୍ବେ ନିଜ ନିଜ ଅଭିନୟ ସାରି
ବାହୁଡ଼ିବେ କାଳ ବଳେ
ପରକୁ ଆପଣା କରିବାର କଳା
ଜାଣିଥିଲେ ମହୀତଳେ
ଯିଣିଯିବ ଏହି ଜଗତର ଲୀଳା
କଳେ ବଳେ କଉଶଳେ
କବିବର ରାଧାନାଥ ରାୟ ଲେଖିଗଲେ
ପାର୍ବତୀ କାବ୍ୟରେ, କେହି ରହିବାନି ମହୀତଳେ
ମୁଖେ ଲାଗାଇ ରଂଗ କରି କେତେ ଅଭିନୟ
ଜିଇଁ ବାକୁ ହୁଏ ଏଠି
ବଂଚିବା କଳା ଓ କୌଶଳ ଶିଖାଇଲେ କବି
ଭାବରେ ଭାବକୁ ଛନ୍ଦି ବାନ୍ଧି
ଆସୁ ଯେତେ ଝଡ଼ ବିପଦ ଆପଦ
ସାହା ହେବା ସଭିଙ୍କୁ ସବୁଠି
ମଣିଷ ପଣିଆ ମାନବିକତା କୁ କଲେ
ଏକତା ଓ ସମନ୍ୱୟ କୁ ଜାତି ବିଚାରିଲେ
ଆସୁ ଯେତେ ଝଡ଼ ବାଧା ଓ ବନ୍ଧନ
ଡେଇଁ ଯିବା ହେଳେ, କଳେ ବଳେ କଉଶଳେ
ନିର୍ବିକାର ଭାବ ଏକକ ର ନାଵ ସେଥିରେ ସାରଥୀ ହୋଇ
ଅଳପ ଦିନର ଗଳପ ଆମର ଏକାକାର ଯିବା ହୋଇ
କେତେ ଦିନକୁ ମନ କରିଛୁ ଆଣ୍ଟ
କି ଘେନି ଯିବୁ ତୋର ଛୁଟିଲେ ଘଟ
ଅରଜି ଥିବୁ ଯଦି ଶ୍ରଦ୍ଧା ସୁମନ ସେତକ ନେଇଯିବୁ ସଙ୍ଗରେ ଧନ
ସୁନା ରୁପା ମାଣିକ ଧନ ସମ୍ପତ୍ତି କିଛି ନୁହେଁ କେବଳ ବିଭ୍ରାନ୍ତି
ଅଢେଇ ଦିନ କୁଣିଆ କାହିଁ କରୁ ବଢ଼େଇ
ସତ୍ୟ ଧର୍ମ ନ୍ୟାୟ ର ବସା କଡେଇ
ଯେତେ ଭାଜିବୁ ପଡିବ ନାହିଁ ମାୟା ଜାଲ ରେ
ଛଟପଟ ହେବୁ ବି ନାହିଁ l