STORYMIRROR

Sunanda Mohanty

Abstract Classics Inspirational

4  

Sunanda Mohanty

Abstract Classics Inspirational

କଳେ ବଳେ କଉଶଳେ

କଳେ ବଳେ କଉଶଳେ

1 min
236

କେହି ରହିନାହିଁ ରହିବେ ନାହିଁଟି 

ଭଵରଂଗ ଭୂମି ତଳେ 

ସର୍ବେ ନିଜ ନିଜ ଅଭିନୟ ସାରି 

ବାହୁଡ଼ିବେ କାଳ ବଳେ 

ପରକୁ ଆପଣା କରିବାର କଳା 

ଜାଣିଥିଲେ ମହୀତଳେ 

ଯିଣିଯିବ ଏହି ଜଗତର ଲୀଳା 

କଳେ ବଳେ କଉଶଳେ 

କବିବର ରାଧାନାଥ ରାୟ ଲେଖିଗଲେ 

ପାର୍ବତୀ କାବ୍ୟରେ, କେହି ରହିବାନି ମହୀତଳେ 

ମୁଖେ ଲାଗାଇ ରଂଗ କରି କେତେ ଅଭିନୟ 

ଜିଇଁ ବାକୁ ହୁଏ ଏଠି 

ବଂଚିବା କଳା ଓ କୌଶଳ ଶିଖାଇଲେ କବି 

ଭାବରେ ଭାବକୁ ଛନ୍ଦି ବାନ୍ଧି 

ଆସୁ ଯେତେ ଝଡ଼ ବିପଦ ଆପଦ 

ସାହା ହେବା ସଭିଙ୍କୁ ସବୁଠି 

ମଣିଷ ପଣିଆ ମାନବିକତା କୁ କଲେ 

ଏକତା ଓ ସମନ୍ୱୟ କୁ ଜାତି ବିଚାରିଲେ 

ଆସୁ ଯେତେ ଝଡ଼ ବାଧା ଓ ବନ୍ଧନ 

ଡେଇଁ ଯିବା ହେଳେ, କଳେ ବଳେ କଉଶଳେ 

ନିର୍ବିକାର ଭାବ ଏକକ ର ନାଵ ସେଥିରେ ସାରଥୀ ହୋଇ 

ଅଳପ ଦିନର ଗଳପ ଆମର ଏକାକାର ଯିବା ହୋଇ 

କେତେ ଦିନକୁ ମନ କରିଛୁ ଆଣ୍ଟ

 କି ଘେନି ଯିବୁ ତୋର ଛୁଟିଲେ ଘଟ 

ଅରଜି ଥିବୁ ଯଦି ଶ୍ରଦ୍ଧା ସୁମନ ସେତକ ନେଇଯିବୁ ସଙ୍ଗରେ ଧନ 

ସୁନା ରୁପା ମାଣିକ ଧନ ସମ୍ପତ୍ତି କିଛି ନୁହେଁ କେବଳ ବିଭ୍ରାନ୍ତି 

ଅଢେଇ ଦିନ କୁଣିଆ କାହିଁ କରୁ ବଢ଼େଇ 

ସତ୍ୟ ଧର୍ମ ନ୍ୟାୟ ର ବସା କଡେଇ 

ଯେତେ ଭାଜିବୁ ପଡିବ ନାହିଁ ମାୟା ଜାଲ ରେ 

ଛଟପଟ ହେବୁ ବି ନାହିଁ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract