କଳାଶ୍ରୀମୁଖ
କଳାଶ୍ରୀମୁଖ


ଚିନ୍ମୟ ଚକାନୟନଙ୍କୁ ଆମ ସର୍ବ କର୍ମ ଅବଗତ
ଚାରୁ ଚକାଡୋଳାଙ୍କୁ ଆମ ସମସ୍ତ ଭାବନା ଜ୍ଞାତ
ତାଙ୍କର ଚିନ୍ତନ ମନନରେ ସମୟ କରନ୍ତୁ ଯାପିତ
ଜଗାଙ୍କ ସମକ୍ଷରେ ହୁଅନ୍ତୁ ନତ ବିନୀତ ଅବନତ |
ଶ୍ରୀକାନ୍ତଙ୍କ ଅମୂଲ୍ୟ ଆଶିଷ ଅନବରତ ନତନତ
ଜୀବନରେ ସମଗ୍ର ଜନ ସତତ ହୁଅନ୍ତି ମର୍ମାହତ
କିନ୍ତୁ କଳାଶ୍ରୀମୁଖ ସନ୍ଦର୍ଶନରେ ହୁଅନ୍ତି ବିମୋହିତ
ଶ୍ରୀନାଥ ନିଜ ସଦାଚାରରୁ ସର୍ବଦା ଦର୍ଶାନ୍ତି ମହତ |