STORYMIRROR

Ramachandra Bhutia

Inspirational

3  

Ramachandra Bhutia

Inspirational

କଳାପାହାଡ଼

କଳାପାହାଡ଼

2 mins
378

ମୁଁ !!!ଇତିହାସ ପୃଷ୍ଠାରେ ଏକ କଳଙ୍କିତ ଚରିତ୍ର

ଯିଏ କରିଅଛି ନଷ୍ଟ ନିଜ ଜନ୍ମ ଜାତି ଗୋତ୍ର

ଅବଶ୍ୟ ଆଜି ମୁଁ ହୃଦୟରୁ ଅନୁତପ୍ତ 

ଭାବୁଛି କିପରି ମୁଁ କଲି କର୍ମ ଏପରି ବର୍ବୋରଚିତ


ଜନ୍ମରୁ ଥିଲି କୁଳୀନ ନାମ ଥିଲା କଳାଚାନ୍ଦ

କାଳିଆ ଶରଣେ ଜୀବନ ମୋ କଟୁଥିଲା ହୋଇଣ ଆନନ୍ଦ

ମାତ୍ର ଗଲି ଯେବେ ଘେନି ଗଜପତି ଙ୍କ ସନ୍ଦେଶ

ବାର୍ତ୍ତା ଦେଇ ପଠାଇଲେ ସେ ମୋତେ ବଙ୍ଗଳା ପ୍ରଦେଶ


ଘେନିଣ ବାରତା ଗଲି ବଙ୍ଗ ସୁଲତାନ ର ପାଶ

ତାର କନ୍ୟା ଦେଖି ମୋତେ ପ୍ରେମେ ହେଲା ବଶ

କଣ ତାହା ଥିଲା ମୋର ଦୋଷ

ମାତ୍ର ରାଜନୀତି ଚକ୍ରେ ମୁଁ ହୋଇଲି ବିବଶ


କରିଲି ବିବାହ ତାକୁ ହୋଇ ପରିସ୍ଥିତି ଦାସ

ତାକୁ ଧରି ଯେବେ ହେଲି ପୁରୀ ରେ ପ୍ରବେଶ

ମୋ ନିଜର ଜ୍ଞାତି କୁଟୁମ୍ବ ସମାଜ

କଲେ ମୋତେ ତିରସ୍କାର ଦେଲେ ବହୁ ଲାଜ


ଗୁହାରି କରିଲି ଯାଇ ଯେବେ ମୁକ୍ତି ମଣ୍ଡପରେ

କରିଲି ମିନତୀ କେତେ କାଳିଆ ତୋ ଠାରେ

ପତିତ ପାବନ ବାନା ଅଟେ ପରା ତୋର

ହେଲେ ମୋ ବେଳକୁ କଲୁ କାଳିଆ ପାତର ଅନ୍ତର


ହେ କଳା ଠାକୁର ସତେ ହେଲୁ ତୁ ପାଷାଣ

ଯେତେବେଳେ ତୋ ଭକତ ଦେଲେ ଯାତନା କଷଣ

ହୋଇଲି ମୁଁ ମ୍ରିୟମାଣ ମର୍ମାହତ

ବାହୁଡ଼ିଲି ବଙ୍ଗକୁ ମନେ କରିଣ ଶପଥ


ରଖିବିନି ମହିରେ ମୁଁ ଉତ୍କଳ ର ନାମ

ସବୁ ମନ୍ଦିର କୁ କରିଦେବି ଶମସାନ

କ୍ରୋଧେ ହୋଇ ଅଣାୟତ୍ତ

ଅଜାଣତେ ନିଜ ହୃଦୟେ କରିଲି ଆଘାତ


ଯେଉଁ ଉତ୍କଳ ହିତ ଲାଗି ହେଲି ବଦନାମ

ରଖିବିନି ଧରାପରେ ସେହି ଉତ୍କଳର ନାମ

ମନ୍ଦିରକୁ ଭାଙ୍ଗି କଲି ଶମସାନ ହୋଇ କ୍ରୋଧେ ଅଣାୟତ୍ତ

ଅଜାଣତେ ନିଜ ହୃଦୟେ କରିଲି ନିଜେ ମୁଁ ଆଘାତ


କରିଛି ମୁଁ ଅନେକ ଅଧର୍ମ ଅନୀତି

ବଳଗର୍ବେ ନ ଥିଲା ମୋ କାହାରିକୁ ଭୀତି

ଶେଷେ ଆଜି କରେ ପଶ୍ଚାତାପ

ଅଙ୍ଗେ ଅଙ୍ଗେ ଫୁଟି ଉଠେ ମୋ କୃତକର୍ମ ପାପ


ଅବଶ୍ୟ ଭୋଗିବି ଯାତନା ମୁଁ ମୋ କଲା କର୍ମର

କିନ୍ତୁ ହେ କଳା ଠାକୁର ବାରେ ଦେବ କି ଉତ୍ତର

କଣ ସବୁ ଦୋଷ ଅପରାଧ ଥିଲା ଏକା ହିଁ ମୋହର

ଯାହା ମୁଁ ହୋଇଲି ଆଜି ସେ ଲାଗି ଦୋଷ ନାହିଁ କି ତୋହର


ଧର୍ମର ଦ୍ୱାହି ଦେଇ କରିଲେ ଯେଉଁ ଧର୍ମାନ୍ଧତା

ମୁଁ କଳାପାହାଡ଼ ସାଜିଲି ଘେନି ସେହି ଅଜ୍ଞାନ ଅଜ୍ଞତା

ତେଣୁ ହେ ସଭ୍ୟ ସମାଜ ବେଳ ହୁଁ ହୁଅ ସାବଧାନ

ନ ହେଉ ଆଉ ଏ ମାଟିରେ କଳାପାହାଡ଼ ଜନମ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational