STORYMIRROR

Chinmaya Kumar Nayak

Abstract

2  

Chinmaya Kumar Nayak

Abstract

କ୍ଳାନ୍ତ ନିଷିଥ

କ୍ଳାନ୍ତ ନିଷିଥ

1 min
261

କ୍ଳାନ୍ତ ନିଶିଥରେ ମନର କାଗଜେ ମୁଁ ନିଦର କବିତା ଲେଖୁଛି,

ଚକ୍ଷୁ ପଲକ ତଳେ ଅସୁମାରି କେତେ ସପନର ବୀଜ ବୁଣୁଛି


ଚେତନ ମନ ଯେ ଅଚେତନ ରାଜ୍ୟେ ବୁଡିବ ବୁଡିବ ହେଉଛି,

ଗଭୀରୁ ଗଭୀର ପ୍ରଦେଶରେ ପୁଣି ଚିତ୍ତ ବୁଡି ବୁଡି ଯାଉଛି


କେତେ ଅନାଵନା ସ୍ମୃତି ଜାଗି ପୁଣି ଅନ୍ତ୍ରଧ୍ୟାନ ହୋଉ ଯାଉଛି,

ଅନ୍ତର ଦୀପାଳୀ ଶିଖା ଯେ ସ୍ଥିର ହୋଇ ହୋଇ ଯାଉଛି


ସପନ ରାଇଜେ ପକ୍ଷୀରାଜ ଘୋଡା ସତେ କି ମୁ ବସି ଉଡୁଛି,

ସପନେ ସପନେ କେତେ ଆଶା ପୁଣି ପୁରଣ ବି ହେଇ ଯାଉଛି


ଦିବସ ଯାକର କୃତକର୍ମ ସବୁ ଅନୁଶୀଳନ ମୁଁ କରୁଛି,

ଆଶାନ୍ତ ହୃଦୟ ସ୍ଥିର ହୋଇ ଆସେ ସମାହିତ ହୋଇ ଯାଉଛି


ପ୍ରତ୍ୟହ ଏମିତି ଗୋଟେ ଗୋଟେ ଦିନ ଆୟୁଷ ରୁ କମି ଯାଉଛି,

ପରଦିନ ପୁଣି ଅରୁଣ କିରଣେ ନବ ଜୀବନ ଉଦୟ ହେଉଛି


ଜନ୍ମ ମୃତ୍ୟୁ ର ଉଦାହରଣ ଟି ନୀତି ଆଖି ଆଗେ ଘଟୁଛି,

ଆଜି ଶୋଇ ପୁଣି କାଲି ଉଠିଯାଇ ଏସବୁ ମନରୁ ଯାଉଛି


ରାତିର ଆୟୁଷ ବଢି ବଢି ଯାଏ ନିଦରାଣୀ ମନେ ଘାରୁଛି,

କ୍ଳାନ୍ତ ନିଶିଥରେ ମନର କାଗଜେ ମୁଁ ନିଦର କବିତା ଲେଖୁଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract