STORYMIRROR

Sunanda Mohanty

Abstract Drama Action

3  

Sunanda Mohanty

Abstract Drama Action

କଳାମେଘ

କଳାମେଘ

1 min
9

ଭଷା ମେଘ ବି ଡରେଇଦିଏ 

ଅସ୍ତ ବେସ୍ତତା ସଜାଡୁ ସଜାଡୁ 

ବର୍ଷା ଟୋପି ନଥାଇ ଉଭେଇଯାଏ 

ମାଘର ମେଘ ବି ବରଷି ଯାଏ 

ମନ, ବନ ଉପବନ ରେ 

କୋଉ ଫୁଲ ଫୁଟେ କିଏ ଦେଖିନି ଏଯାଏଁ 

ମୟୂରୀ ନାଚୁଥାଏ, ସତମିଛ ଜାଣିନଥାଏ 

ମେଘ ମଲ୍ହାର ତାଳେ ତାଳେ,ଏ ବର୍ଷର ବର୍ଷା 

ହେରାପାଞ୍ଚମୀରେ ବି 

ଲଷ୍ମୀଙ୍କୁ ଅଟକେଇ ପାରିନଥିଲା 

ଜଗନ୍ନାଥ ଙ୍କୁ ଦେଖା ରଥ ଭଙ୍ଗା 

ଫଳ ଦକ୍ଷିଣା ମୋଡ ରଥ 

ହେଲେ ଅଦିନିଆ ବର୍ଷା ଟା 

ବର୍ଷା କଣ କରିପାରିବ ଯେ 

ସେ ତ ନିଜେ ଦମକାଏ କଳା ମେଘ 

କେତେବେଳେ କୋଉ ରୂପେ ବର୍ଷିଯିବେ 

ଚହଲା ଭଷା ଅଦିନିଆ 

ଆଷାଢେ ଆଷାଢ଼ୀ ହୋଇ 

ବର୍ଷିଯିବେ କଳାମେଘ କଳା ମେଘି ଯିବ ନଇଁ  ।


Rate this content
Log in

Similar oriya poem from Abstract