STORYMIRROR

Amit Bal

Abstract Classics Inspirational

4  

Amit Bal

Abstract Classics Inspirational

କଳାମେଘ

କଳାମେଘ

1 min
349

ଆକାଶେ ଘୋଟିଛି କଳାମେଘ ଦେଖ

     ସୁନ୍ଦର ଦିଶୁଛି ନଭ

ଝର ଝର ହୋଇ ବର୍ଷି ଯିବ ମେଘ

     ବୈଶାଖ ଦୂରେଇ ଯିବ ।


ପଶୁ ପକ୍ଷୀ ପୁଣି ବୃକ୍ଷ ଲତା ସବୁ

    ପାଇବେ ଟୋପାଏ ଜଳ

ସବୁଜ ବନାନୀ ଚମକି ଉଠିବ

     ସଭିଏଁ ପାଇବେ ବଳ ।


ଆଶାର ଆଲୋକ ସର୍ବତ୍ର ଖେଳିବ

     ଜଳ ସ୍ଥଳ ଅବା ନଭେ

ତୃଷ୍ଣାତୁର ପ୍ରାଣୀ ଜୀବନ ପାଇବ

     ମରୁ ମର ଏଇ ଭବେ ।


କଳାମେଘ ଦେଖି କୃଷକ ନାଚିବ

     ବଦଳିବ ତା'ର ସ୍ଥିତି

ପରିଶ୍ରମ କରି ସୁନା ଫଳାଇବ

   ଚାଷଜମିରେ ସେ ନୀତି ।


ଚାତକ ପକ୍ଷୀ ଟା ପାଣି ଟୋପେ ପିଇ

    ଉଡି ଯିବ କାହିଁ ଦୂରେ

ମୟୂରୀ ନାଚିବ ପୁଚ୍ଛ କୁ ମେଲାଇ

    କୋଇଲି ଗାଇବ ସୁରେ ।


ମଳିନ ମାଟିର ରଙ୍ଗ ବଦଳିବ 

   ରୂପସୀ ଲାଗିବ ଧରା

ମନେ ଭରିଯିବ ଖୁସିର ସମ୍ଭାର

    ହସିବ ଜଗତ ସାରା ।


Rate this content
Log in

Similar oriya poem from Abstract