STORYMIRROR

Biswanath Nayak

Abstract

3  

Biswanath Nayak

Abstract

କଳାକାହ୍ନୁ --------

କଳାକାହ୍ନୁ --------

1 min
124


ମନଟା ମୋ ଅମାନିଆ

ଯଶୋଦା କୋଳର

ସେହି କଳାକାହ୍ନୁ ଭଳି

କେତେବେଳେ ଅଳି ତାର କୋଳି ପାଇଁ

କେତେବେଳେ ଧରିବାକୁ ଚାନ୍ଦ

କେତେବେଳେ ଚାହେଁ ସିଏ

ମଥାରେ ବାନ୍ଧିବା ପାଇଁ ମୟୂର ଚନ୍ଦ୍ରିକା

ରାମକଥା ଶୁଣାଇଲେ

ପଚାରେ ସେ କୃଷ୍ଣ କଥା,

ରାଧାକୃଷ୍ଣ ଛବି ଦେଖାଇଲେ

ପଚାରେ ସେ ଜଗନ୍ନାଥ, ବଳରାମ କଥା

ଗୀତା କଥା ବୁଝାଇଲେ

ପଚାରେ ସେ କୋରାନ୍ ଓ ଭାଗବତ କଥା

ଥକି ଗଲିଣି ମୁଁ ପ୍ରଭୁ!

ତୀର୍ଥଯାତ୍ରା କରି କରି,

ହାଲିଆ ହେଲେଣି ପୁଣି

ଖୋଜି ଖୋଜି ଚାରିବେଦ ଅଠରପୁରାଣ

କେତେ ଅବା ନୂଆକଥା

ଆଉ ମୁଁ ଖୋଜିବି

ମୋ ଅଝଟିଆ ମନକୁ ବୁଝାଇବା ପାଇଁ

ମୋ ଜୀବନ କୁରୁକ୍ଷେତ୍ରେ

ପାର୍ଥସାରଥୀ ସାଜି

ଥରେ ମାତ୍ର କହିଦିଅ ପ୍ରଭୁ!

ତୁମେ ଅନନ୍ତ, ଅଚ୍ୟୁତ,ଅବ୍ୟକ୍ତ ଈଶ୍ୱର

ତୁମେ ସର୍ବବ୍ୟାପୀ ଆଉ ତୁମେ ନିରାକାର

ତୁମେ ସୀମାବଦ୍ଧ ନୁହେଁ

କୌଣସି ଶାସ୍ତ୍ରରେ କିମ୍ବା କୌଣସି ମୂର୍ତ୍ତିରେ

ତୁମେ ନୁହେଁ ସୀମାବଦ୍ଧ

ମସଜିଦ, ଗୁରୁଦ୍ଵାର ଆଉ ମନ୍ଦିରରେ

ତାହେଲେ ମୋ ମନ ବୁଝିଯିବ

ଅମାନିଆ କଳାକାହ୍ନୁ

ଶୋଇଯିବ ଯଶୋଦା କୋଳରେ

ଅନ୍ତରର ଗଭୀର ପ୍ରଦେଶୁ ତାର

ଭାସି ଆସୁଥିବ ସେହି

ମିଠା ମିଠା ବଇଁଶୀର ସ୍ଵନ



Rate this content
Log in

Similar oriya poem from Abstract