Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sambit Srikumar

Abstract Classics Inspirational

4.5  

Sambit Srikumar

Abstract Classics Inspirational

କଳାଧନ

କଳାଧନ

1 min
287


ଏଇ କଳାଧନ ଆଜି ହେଲା ମୋର କାଳ

କରିଥିଲି ତାକୁ ବହୁ ଯତନରେ ଠୁଳ ।


ଖଟାଇ ସବୁ କଳ ବଳ ଛଳ କୌଶଳ 

ଗୋପନେ ସଞ୍ଚିଥିଲି ମୁଁ ଅର୍ଥ ପାଗଳ ।


ଲୁଟି କରି ଦେଶ ଆଉ ଜାତିର ସମ୍ବଳ

ଗଢ଼ି ଥିଲି କେତେ ପାପର ଦେଉଳ ।


ଦାନ ଧର୍ମ ନାମେ ଚାଲେ ଯେତେ ଖେଳ

ଆନର କଳା ଟଙ୍କା ମୁହିଁ କରଇ ଧବଳ ।


ଖର୍ଚ୍ଚରେ ଦୁର୍ବଳ ହିସାବ ମୋହର ସବଳ 

ହରିବାକୁ ପର ଧନ ସଦା ମୁଁ ବ୍ୟାକୁଳ ।


ଭାଗ୍ୟ ରବି ମୋର କି ସତେ ଗଲେ ଅସ୍ତାଚଳ

ସାଗର ଦୁଲଣୀ ଚଞ୍ଚଳା ହୋଇଲେ ଅଚଳ ।


ବିଧି ହେଲା ବାମ ପୁରିଲା ମୋ' କାଳ 

ନିମିଷକେ ମୁହିଁ ହୋଇଲି କମ୍ପିତ କାଙ୍ଗାଳ ।


ମନରେ ହୁତୁ ହୁତୁ ଜଳେ ହତାଶା ଅନଳ 

ଖାଇବାକୁ ଆଜି ଖୋଜେ ମୁଠାଏ ପଖାଳ ।


ଏଡିକି ପାରିବି ଲେଖା ଯେ କପାଳ

ମିଳିବନି ତ୍ରାହି ଗଲେ ବି ପାତାଳ ।


ଯେବେ ସୁଧୁରିବ ଆମ ଶାସନ କଳ

ଦେଶ ଲାଗି ଆସିବ ଶୁଭ ସକାଳ ।


Rate this content
Log in

Similar oriya poem from Abstract