କଳା ଠାକୁର
କଳା ଠାକୁର
କଣ୍ଠ ଶୁଖିଲାଣି ନାମ ଭଜି ଭଜି
ଦୁଃଖ ନବୁଝିଲ ଥରେ ଦୁଃଖୀର
କଳା ଠାକୁର l
କପଟ କରୁଛ କିମ୍ପାଇଁ
ତୁମ ବିନା ସାହା କେ ନାହିଁ
କେତେ କେତେ ପାପୀ
ନାମ ଜପି ଜପି
ତରି ଯାଇଛନ୍ତି ଭବସାଗର l
ଲାଭ ଅବା କିବା ପାଇଲି
ଲକ୍ଷ୍ୟ କଳା ବଦନେ ଦେଲି
ଲକ୍ଷରେ ଉପମା ଅନନ୍ତ ମହିମା
ବର୍ଣ୍ଣିବାରେ ନାହିଁ ଶକତି ମୋର l
ଠକ ଭଣ୍ଡ ନିରତେ ଦଣ୍ଡ
ଠିକଣା ରେ ଉଦ୍ଧାର ପିଣ୍ଡ
ଠାକୁର ମୋହର ଅତି ଆପଣାର
ଠାବ ଦିଅ ପ୍ରଭୁ କଞ୍ଜ ପୟର l
କୁଟ ଆଉ ନକର ଜାଣି
କମ୍ଭୁ କ୍ଷେତ୍ର ମଉଡମଣୀ
କଳାରୁ କିଞ୍ଚିତେ ଦିଅ ପ୍ରଭୁ ମୋତେ
କାଳେକାଳେ ଦାସହେବି ତୁମର l
ରଖିବାକୁ ମୋତେ ପାଖରେ
ରଟେ ତୁମ ନାମ ମୁଖରେ
ରଖ ବା ନରଖ ଅରକ୍ଷ ରକ୍ଷକ
ପ୍ରେମାନନ୍ଦ ବନ୍ଦୀ ହୋଇ ଚାକର l
