STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

କଳା ସଂସ୍କୃତି ପରମ୍ପରା

କଳା ସଂସ୍କୃତି ପରମ୍ପରା

2 mins
14


ଜୀବନ ଶୈଳୀରେ ପାରମ୍ପରିକତା 

ପରିବର୍ତ୍ତନ ଦୌଡ଼ରେ

ବ୍ୟର୍ଥ ଓ ଅପ୍ରାସଙ୍ଗିକତା ପରମ୍ପରା

ବଦଳେ ପୂର୍ଣ୍ଣ ମାତ୍ରାରେ

ସମାଜରେ ପରିଚିତ ପ୍ରଥା ଆଜି

ହଜିଛି ପ୍ରତି ପାଦରେ

ଆଧୁନିକ ଭୌତିକ ବସ୍ତୁ ସହିତ

ଆକର୍ଷଣ ଜୀବନରେ

ଏ ପରିବର୍ତ୍ତନଶୀଳ ଦୁନିଆରେ

ପରମ୍ପରା ବଦଳିଛି

କ୍ରମେ କଳା ର ବିକାଶ ବା ବିକୃତ

ହୋଇଛି ଆଉ ହେଉଛି ।


ପରମ୍ପରା କିଛି ମାତ୍ରାରେ ରହିଛି

ଗାଁ ଓ ପଲ୍ଲୀ ଅଞ୍ଚଳରେ

ସେହିପରି କୌଳିକ ମୌଳିକ କଳା

ଅଛି କଛପ ଗତିରେ

ପରମ୍ପରା ଯାହା ଥିଲା ସମାଜରେ

ଯଦି ହୁଏ ଆଲୋଚିତ

କିଛି ପାର୍ଥକ୍ୟ ଅବା ପରିବର୍ତ୍ତନ

ବୁଝି ହୋଇବ ତ୍ୱରିତ ।


ଶ୍ରୀମନ୍ଦିରେ ଦିଅଁ ଦରଶନ ପରେ

ଫେରୁଥିଲେ ସ୍ୱ ଗୃହକୁ

ପାଖା ପାଖି ଭକ୍ତ ପ୍ରଣାମ ଜଣାଇ

ଧନ୍ୟ ମଣନ୍ତି ନିଜକୁ

ଦୋଳ ପଡ଼ିଆରେ ଠାକୁର ମେଳଣ

ରଙ୍ଗ ପିଚକାରୀ ଖେଳ

ରାତି ଉଜାଗର ରହି ଯାତ୍ରା ଦେଖା

ହୃଦେ ଥିଲା କୁତୁହଳ ।


ଗୁରୁଜନ ପ୍ରତି ସଦା ଭୟ ଭକ୍ତି

ମନରେ ଥିଲା ବିଚାର

ଉତ୍ତର ଦେବାକୁ ସାହସ ନ ଥିଲା

ଭୁଲ୍ ହେଲେ ବେଶି ଡର

ବିଦ୍ୟାଳୟେ ଦଣ୍ଡ ବିଧାନ ବ୍ୟବସ୍ଥା

ଥିଲା ରହି,ଥିଲା ଡର

ପ୍ରଶ୍ନର ଉତ୍ତର କହି ନ ପାରିଲେ

ଦଣ୍ଡ ମିଳେ ପ୍ରତି ଥର ।


ମାଆ ହାତ ରନ୍ଧା ଅମୃତ ସମାନ

ନ ଥିଲା କା' ପ୍ରତିବାଦ

ଆତ୍ମୀୟ ସ୍ୱଜନ ବିପଦେ ଆପଦେ

ରଖୁଥିଲେ ପାଦେ ପାଦ

ନୂଆ ବୋହୁ ଅବଗୁଣ୍ଠନ ଭିତରେ

ଭୟ ଗୁରୁଜନ ପ୍ରତି

ବାପା-ମା ଙ୍କ ପସନ୍ଦର ସାଥୀ ଖୋଜା

ଆଖିବୁଜି ସହମତି

ପ୍ରେମିକା ଦର୍ଶନ ଉତ୍କଣ୍ଠା ମନରେ

ଅପେକ୍ଷା ଚାତକ ସମ

ଦେଖା ହେଲେ ଥରେ ମନେ ରହେ ନାହିଁ

ଅବସ୍ଥା ଯଦି ବିଷମ

ଗୁଆ-କାତି ଆଉ କଜ୍ଜ୍ଵଳ-ପାତି ର

ପ୍ରଥା ଥିଲା ପ୍ରଚଳିତ

ବର ଓ କନ୍ୟାର ବିବାହ ବେଶରେ

ହେଉଥିଲା ବ୍ୟବହୃତ ।


ଖଳା ହେଉଥିଲା ଶୁଖିଲା ଜମିରେ

ଧାନ ଅମଳ ବେଳରେ

ଶୀତ କୁ ନିହାତି ଅନୁଭବ ହୁଏ

ପାଳ ଘେରା କୁଡ଼ିଆରେ

ଏକତ୍ର ବିଚାର ବିମର୍ଷ ଭାବନା

ସଭା ସମିତି ନିଦାନ

ନିଜ ନିଜ ବିଚାର ଓ ଚିନ୍ତାଧାରା

ହୁଏ ଆଦାନ ପ୍ରଦାନ ।


ନୃତ୍ୟ ସଙ୍ଗୀତରେ ହୃଦୟ ମିଳନ

ଥିଲା ଚେତନା ଓ ପ୍ରାଣ

ସମ୍ପର୍କ ର ଯୋଗସୂତ୍ର ଆକାରରେ

ହୁଅଇ ପ୍ରତିପାଦନ

ନୃତ୍ୟରେ ମନର ଭାବନା ପ୍ରକାଶ

ଈଶ୍ୱରଙ୍କ ଉପାସନା

ଶାସ୍ତ୍ରୀୟ ସଙ୍ଗୀତ ମାଧ୍ୟମରେ କଳା

ଥିଲା ପ୍ରାୟ ଆରାଧନା ।


ସଭ୍ୟତା ର କ୍ରମ ବିକାଶ ହୋଇଛି

ପରମ୍ପରା ପ୍ରାୟ ଲୁପ୍ତ

ଚଳନ୍ତି ଯୁଗର ଯୁବ ପୀଢ଼ି ହୃଦେ

ନାହିଁ ଭାବ ଅନୂରୁକ୍ତ 

ରାସ୍ତାଘାଟ ପରିବେଶ ଶୁନଶାନ୍

ହେଲେ ନାହିଁ ଡର ଭୟ

ମୋବାଇଲ୍ ପ୍ରେମ ହୃଦୟେ ଜଡ଼ିତ

ତନ ମନ ବି ଅଥୟ

ପରିବେଶ ପର୍ଯ୍ୟାବରଣ ଆନନ୍ଦ

ନାହିଁ ହୃଦେ ଆକର୍ଷଣ

କଳା ସଂସ୍କୃତି ମନ୍ଦିର ମସଜିଦ

ଭକ୍ତି ହୀନ ମନ ପ୍ରାଣ

ପୁସ୍ତକ ପୃଷ୍ଠାରେ ଗଦ୍ୟ ପଦ୍ୟ ଶବ୍ଦ

ରହି ଅଛି ଘେରି ଧୂଳି

ଆଧୁନିକ ଭୌତିକତା ଆଢ଼ୁଆଳେ

ସବୁ ଯାଇଛି ବଦଳି

ଆଧୁନିକ ନାରୀ ଅଙ୍ଗ ସାଜ ସଜ୍ଜା

ଛୋଟ ଛୋଟ ପୋଷାକରେ

ସଂସ୍କାର ନାମକୁ ମାତ୍ର ସମାଜରେ

ଭାଷଣ ଗୀତ ଗପରେ ।


କୌଳିକ ମୌଳିକ ପରମ୍ପରା କଳା

କାବ୍ୟ କବିତା ପୃଷ୍ଠାରେ

ବଞ୍ଚି ରହି ଅଛି ,ବଞ୍ଚି ବି ରହିବ

ସନ୍ଦେହ ନାହିଁ ଏଥିରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract