STORYMIRROR

Sarmistha Palai

Classics

4  

Sarmistha Palai

Classics

କଳା ଶଶୀ

କଳା ଶଶୀ

1 min
259


ଲୋଡ଼ା ନାହିଁ ମୋର ଆୟୁ, ଯଶ, ମାନ

   ଲୋଡ଼ା ନାହିଁ ସ୍ୱର୍ଗ ସୁଖ।

ଏତିକି ସୁଦୟା କରିବୁ କାଳିଆ

  ଦେଖୁଥିବି ତୋ' ଶ୍ରୀମୁଖ।


ସ୍ୱାର୍ଥପର ଏହି ଦୁନିଆଁରେ ଆଜି

  କେହି ନୁହଁନ୍ତି କାହାର।

ମୋର ମୋର କହି ଯା' ପାଇଁ କରିଲେ

  ସେଇ କରେ ସାତ ପର।


ମୋ' କଳା ଅଞ୍ଜନ ଆରେ କଳା ଧନ

  ନୀଳ କନ୍ଦର ନିବାସୀ

ପ୍ରତି ସ୍ପନ୍ଦନ ମୋ' ତୋ' ନାମ ଜପୁଛି

  ଶୁଣୁ ଥିବୁ କଳା ଶଶି।


ସ୍ୱାର୍ଥ ପାଇଁ ସାଜେ ମାନବ ଯେ' ପଶୁ

  ତୋତେ ଅଛି କି' ଅଛପା।

ତୋ' ଛଡା ମୋହର ଆଉ କେହି ନାହିଁ

  ତୁ' ମୋର ପରମ ସଖା।


ତୋର ନୀଳାଚଳ ଯାଇ ତ' ପାରୁନି

  ବିଦେଶେ ହୋଇଲି ବନ୍ଧା।

ହେଲେ ମୋ' କାଳିଆ କାଇଁଚ ମାଳିଆ

  ତୋ' ପାଶେ ମନ ଟି' ଛନ୍ଦା।


ଦିବସ ରଜନୀ ତୋ' କଳା ବଦନ

  ଦେଖେ ମୋର ପାପି ନେତ୍ର।

ତୁଣ୍ଡ ଖୋଜୁଥାଏ ପାଇବାକୁ ଟିକେ

  ତୋ' ଛଡା ତୁଳସୀ ପତ୍ର।


କାଆଗେ କହିବି ଅନ୍ତର ବେଦନା

  ସବୁ ତ' ଦେଖୁଛୁ ତୁହି।

ତୁ' ଯେବେ ବିମୁଖ ହେବୁରେ କାଳିଆ

  ଜୀବନ ହାରିବି ମୁହିଁ।


ତୋ' ପାଦ ପଦ୍ମରେ ଶରଣ ଯାଇଛି

  ଅଧିନା ଶର୍ମିଷ୍ଠା ତୋର।

କଳୁଷ ଜୀବନୁ ମୁକ୍ତି କରି ଦେରେ

  ଏତିକି କାମନା ମୋର।


Rate this content
Log in

Similar oriya poem from Classics