STORYMIRROR

Debabrata Mishra

Abstract Classics Inspirational

3  

Debabrata Mishra

Abstract Classics Inspirational

କଳା ପ୍ରେମିକ

କଳା ପ୍ରେମିକ

1 min
202


ତୁମ କଳା ରଙ୍ଗ କଳାଠାରୁ ବହୁ ଉର୍ଦ୍ଧ୍ବରେ

ତୁମେ ଶ୍ରୀକୃଷ୍ଣ ତୁମ କଳାର ନାମ କୃଷ୍ଣକଳା

ତୁମେ ସାରା ଜଗତର ଷୋଳକଳାର ପ୍ରେମିକ ।


ବିଶ୍ୱ, ଧରିତ୍ରୀ ର ପ୍ରତିଟି ଜୀବ ଓ ନିର୍ଜୀବ ତୁମ ପ୍ରେମିକା

"ପ୍ରେମ" ଚଳଚ୍ଚିତ୍ର ର ତୁମେ ଲେଖକ, ନିର୍ଦ୍ଦେଶକ 

ତୁମେ ହିଁ ମୂଖ୍ଯ ନାୟିକା ଓ ମୁଖ୍ଯ ନାୟକ ।


ପ୍ରେମ ଓ ପ୍ରୀତି ମନ୍ଦିରର ତୁମେ ହିଁ ଦେବତା 

ତୁମେ ପ୍ରେମର ସାଧକ ଓ ଶ୍ରେଷ୍ଠ ପୂଜକ

ତୁମେ ପ୍ରେମ ଧର୍ମର ରକ୍ଷକ ଓ ସଂରକ୍ଷକ ।


ହେ ଶ୍ରୀକୃଷ୍ଣ ତୁମ ନାଲି ହସରେ 

ସାରା ଆକାଶେ ଦିଶେ ମନୋରମ ପ୍ରକାଶ

ନନ୍ଦ ବାଳକ ହେ ପ୍ରଭୁ ତୁମେ ହିଁ ମନ, ଆତ୍ମା ଓ ବିବେକ ।


ତୁମେ ହିଁ ଶ୍ରୀରାଧା ତୁମେ ହିଁ ଶ୍ରୀରାମ

ତୁମେ ହିଁ ମୀରା ତୁମେ ହିଁ ଜଗତର ନାଥ ଶ୍ରୀଜଗନ୍ନାଥ

ତୁମେ ହିଁ ପ୍ରେମରଥର ସୁନ୍ଦର ସୁସ୍ଥ ଅଖ ଓ ଚକ ।


ତୁମକୁ ବୁଝିନି ଦୁନିଆ ତୁମକୁ ଜାଣିନି ଜଗତ

ଯୁବପ୍ରାଣ ଯେଉଁ ପ୍ରୀତିରେ ପାଗଳ ତାହା ଆକର୍ଷଣ

ପ୍ରେମ ଏକ ପ୍ରେମ ରେ ନଥାଏ ଦୁଇଟି ମନ ଦୁଇଟି ଆତ୍ମାର ମେଳକ ।


ତୁମେ ସତ୍ଯ, ତୁମେ ଶାସ୍ୱତ କଳାର ପ୍ରେମିକ

ତୁମ କଳାରେ ପବିତ୍ର ଶୁଭ୍ରତାର ସକାଳ

ତୁମେ ପ୍ରେମ ମାଧ୍ଯମରେ ପ୍ରେମ ପାଇଁ ପ୍ରେମର ଉପାସକ ।


Rate this content
Log in

Similar oriya poem from Abstract