STORYMIRROR

Anirudha Kund

Classics

3  

Anirudha Kund

Classics

କଳା କଳେବର

କଳା କଳେବର

1 min
305

କଳା କଳେବର  ବଡ କଳାକାର

   ଚିହ୍ନିବ ଲୋ ତାକୁ କିଏ

ସର୍ବଧର୍ମ ମତ ଯହିଁ ସମାହିତ

  ପ୍ରଭୁ ଜଗନ୍ନାଥ ସିଏ ॥୦॥


ବିଚିତ୍ର ବିନ୍ଧାଣି  ପ୍ରଭୁ ନୀଳମଣି

  ସାରା ସଂସାର ନଚାଏ

ଉଜୁଡେ ସଂସାର ପ୍ରେମରେ ତାହାର

  ପକା ଘରବୁଡା ଟିଏ 

ମିଶିଗଲେ ଆଖି ମନ ଯାଏ ଲାଖି 

   ତା ଠରେ ଆପଣା ଛାଏଁ ॥୧॥


ଦାରୁବ୍ରହ୍ମ ରାଶି ସର୍ବ ଘଟବାସୀ

   ଅଧାଗଢା ରୂପ ଟିଏ

 ଅଧା ଅଧର ରେ ହସି ହସି ସେହି

   ସଭିଙ୍କୁ ଫସାଇ ଦିଏ

ସବୁ ଅଧା ହୋଇ ଅଧା ନୁହେଁ ସେହି

   ଏକା ପୂର୍ଣ୍ଣ ବ୍ରହ୍ମ ସିଏ॥୨॥


Rate this content
Log in

Similar oriya poem from Classics