STORYMIRROR

Tapan Dixit

Abstract Others Romance

0  

Tapan Dixit

Abstract Others Romance

କଳ କାକଳୀରେ ମୁଖର ଦିଗନ୍ତ

କଳ କାକଳୀରେ ମୁଖର ଦିଗନ୍ତ

1 min
279


କଳ କାକଳୀରେ ମୁଖର ଦିଗନ୍ତ

ଦିବସର ଅବସାନ

ସନ୍ଧ୍ୟାର ଶୁଭ ଶଙ୍ଖ ନାଦ ଶୁଭେ

ଅରୁଣ ହେଲେଣି ମ୍ଳାନ,

ମେଲାଣି ନେଲେଣି ବିହଙ୍ଗମ ଦଳ

ଯିଏ ଯେଝା ଯେଝା ନୀଡେ଼

ଗୋଧୂଳିର ଧୂଳି ଉଡାଇ ଉଡାଇ

ଗୋଧନ ଦଳ ବାହୁଡେ ,

ଦିହୁଡ଼ି ଜଳାଇ ଜହ୍ନ ଆସିଲାଣି

ଫୁଟିଲେଣି ତାରା ଫୁଲ

ପଲ୍ଲୀ ସୁନ୍ଦରୀ ମୋ ଜହ୍ନ ରୋଷଣିରେ

ହୋଇଲାଣି ଝଲମଲ,

ଗହଳ ଚହଳ ପଲ୍ଲୀ ବାଳାଙ୍କର

ଗାଁ ଗାଡ଼ିଆର ତୁଠେ

ନୀଳକଇଁ ସାଜେ ଅଭିସାର ବେଶ

ହୃଦୟ ବିଳପି ଉଠେ ||

ତପନ ଦୀକ୍ଷିତ (ବେଳାଭୂମି)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract