STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ (ଟ)

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ (ଟ)

1 min
394


ରାଗ-ବଙ୍ଗଳାଶ୍ରୀ ବା ବସନ୍ତ


ଟଙ୍କାରି କି ଶ୍ରବସରିକି ବାସବକୋଦଣ୍ଡରୁ ଚଣ୍ଡ ଧନୁ

ଟାଣେ ବନ୍ଧେ ଶମ୍ବସଦୃଶ କଳମ୍ବ ତୁମକୁ ଏକା ଅତନୁ ହେ(1)

ଟେକି ଏ ସୁନ୍ଦର ଶ୍ରୀମୁଖଟି ପରଘରବୁଡା ଫରମାସ,

ଟିକାଏ ହେଲେ ଯେ ହୃଦୟ –ସରୋଜେ ନୋହିଲା ତ୍ରାସବିଳାସ ହେ(2)

ଟେକାଟେକି ମୋତେ କରି ନାନାମତେ ତୁମ୍ଭ କାମନା ପୁରିବ,

ଟାଣଖୁଣ୍ଟା ଗୁରୁଜନ ଗଞ୍ଜନାରୁ ମୋ ପ୍ରାଣସଖି ସରିବ ହେ(3)

ଚପା ଥିବା ତାର ବଚନୁ ଗୋଚର ଯେତେ ସମାଚାର ଗୋପେ,

ଟିପିଦେଲେ କଂସ ଆଗେ କେ ନୃଶଂସ ନନ୍ଦ ବନ୍ଦୀ ହେବେ ଟୋପେ ହେ(4)

ଟାକିଛ ସୁଧାଂଶୁକଳାକୁ ଆକାଶୁଁ କରିବାକୁ ପାଣିଗତ,

ଟିକାୟିତ ଅଷ୍ଟଦୁର୍ଗର କହଇ ଶ୍ୟାମ ଏକି ଆଚରିତ ହେ(5)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics