STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ (ଫ)

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ (ଫ)

1 min
388


ରାଗ-ପୂରବୀ ବା ତୋଡି ପରଜ


ଫାଟି ପଡିବାର ନିକୁଞ୍ଜ ସଞ୍ଚାର-ଶ୍ରମୁଁ ମୋ ଚରଣ ତଳ,

ଫତୁରିଖୋର ଆଖରକୁ ହେବାର ଏହି ଏକା ଏଥୁ ଫଳ,

ରେ କିଶୋରି ଫିଟିଗଲା ଯେ ସନ୍ଦେହ,

ଫୁଲିଗଲୁ ଫୁଲଲଲାମ ରସିକା ଜାଣି ପରା ଶ୍ୟାମ ସ୍ନେହ ରେ(1)


ଫନ୍ଦାଇ ନାନା ବିନୟେ କହି ଦନ୍ତେ ତୃଣ ଧରିବାର ଗଲା,

ଫଟା କପାଳରେ କୁଟିଳହୃଦୟା ବୋଲାଇବା ଲେଖାଥିଲା,

ରେ କିଶୋରି, ଫନ୍ଦାଧନ ତୁ ତ ମୋର,

ଫରିଆଦ କାହିଁ ତୋ ନାମେ କରିବି ନିନ୍ଦା କଲେ ପଛେ କର ରେ(2)


ଫରୁଆରେ ପରି ଉରଜରେ ଭରି ରଖ ସେ ନୀଳମଣିକି,

ଫରଜତୂଲେ କୁଞ୍ଜଦ୍ୱାରେ ରଖାଅ ବେତ୍ରବଲ୍ଲୀଧାରିଣୀକି,

ରେ କିଶୋରୀ ଫରମାସ, ମନେ ମନେ,

ଫେଇଦିଅ ତୁ ମୋ ଆବୁର ମୁଁ ଯେବେ ଯିବି ସେ ଦିଗକୁ ଦିନେ ରେ(3)


ଫଜିତ ହୋଇ ଦୂରରେ ଥିଲେ ତୋତେ ଭଚିତ ଥିବାର ସତ,

ଫେଡନ୍ତୁ ତୋ କଷ୍ଟ ସୁଖ ଦେଇ ଅଷ୍ଟଶ୍ରୁତି ଏ ଆମ୍ଭ ବାଞ୍ଚିତ,

ରେ କିଶୋର, ଫୁରୁଣା ହୋଇ ତୁ ରସ,

ଫେରିଆସି ମାତ୍ର ଆମ୍ଭ ଆଗେ ନେତ୍ରକଞ୍ଜୁ ନୀର ନ ବରଷେ ରେ(4)


ଫୋଟକା ହେଉଛି ସିଞ୍ଚିବା କର୍ପୂରଚନ୍ଦନ ମିଶ୍ରିତ ବାରି,

ଫୁଙ୍କିଦେଲେ ଉଡିଯିବା ପରି ସଡି ଅଛଟି ତନୁ ବଲ୍ଲରୀ,

ରେ କିଶୋରି, ଫୁଜାରା ନୋହୁଁ ଜଗତେ,

ଫତୁଆ ନୁହଁଟି ବୋଲେ ଜଗଦେବ ହରିଚନ୍ଦନ ଏ ଗୀତେ(5)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics