STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ (ଲ)

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ (ଲ)

1 min
178


ରାଗ-ଖଣ୍ଡକାମୋଦୀ-ଅବକାଶ


ଲୀଳାନିଧି ହେ, ଲାଜେ ମୁଁ ଗଲିଟି ସଢି .

ଲୁଚାଇଛ କାହିଁ ଶ୍ୟାମ ହେ ଦିଅ ମୋ ଲାଗି -ଶାଢୀ(ପଦ)

ଲଭି ତୁମ୍ଭକୁ ପ୍ରାଣବନ୍ଧୁ କରି, ଲୋକ ହସାରେ ଯେବେ ଯିବି ସରି,

ଲସିବି ଯେବେ ପାଇ ନିନ୍ଦା ଦାଉ,ଲାଗିଲି ଆପଣଙ୍କୁ କେହି ଆଉ(1)

ଲକ୍ଷ ଲକ୍ଷ ରାଣ ଅଛିଟି ମୋର, ଲଲାମ ଆଦି ଭୂଷା ସଜ କର,

ଲିଭିଥିବ ଭୂରୁ ମଧ୍ୟ ତିଳକ, ଲେଖିଦିଅ ବେଗେ ନଦେଖୁ ଲୋକ(2)

ଲୋଭ, ଶ୍ରୀଭୁଜବନ୍ଧ ଶିଥିଳାଅ,ଲତା ଗହଳେ ଗହନେ ପଳାଅ,

ଲାଗିଛି ଲାକ୍ଷା ମୁକୁଟ ଶିଖଣ୍ଡେ, ଲାଜକଥା ଲୋକେ ଦେଖିଲେ ଦାଣ୍ଡେ(3)

ଲଗାଇଛ ହଟ ଯେଉଁ ରସରେ, ଲୁଟିବ ସିନା କାଲି ପ୍ରଦୋଷରେ,

ଲଘିଂ ଆଶ୍ରିତେ ଥିବା କୃପାସିନ୍ଧୁ, ଲାଞ୍ଚୁଆଟି କେଡେ ହେଲ ହେ ବନ୍ଧୁ(4)

ଲଳିତା ନୋହେଁଟି ଯେ ଡାକୁଅଛି, ଲକ୍ଷେ ଦୂଷ୍ଟେ ରଖିଅଛି ମୁଁ ବାଛି,

ଲଘୁ କରିଦେବ ଦେଖିବା କ୍ଷଣେ, ଲେଖାଧିପ ଅଷ୍ଟଦୁର୍ଗର ଭଣେ(5)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics