STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ (ଦ)

କିଶୋରଚନ୍ଦ୍ରାନନ୍ଦ ଚମ୍ପୂ (ଦ)

1 min
347

ରାଗ-ଭଟିଆରି


ରେ ଦୁଃଖୀଧନ, ଦମ୍ଭ ଦେଖିବାକୁ ସିନା କଲି ଛନ,

ଦୁଃଖମୟ ନ କର ସରସ ମନ(ପଦ)

ଦୂରୁ ମୁଁ ଯିବାର ଜାଣି ହରି,   ଦରିଦ୍ର ନିଧି ହରିଲା ପରି,

ଦ୍ୱିଗୁଣ ଆଦରେ ପ୍ରମୋଦନଦରେ ମଜ୍ଜି           ଘେନି ଗଲେ କର ଧରି(1)


ଦୟାଜରଜର କରି ଚିତ୍ତ,      ଦନ୍ତବାସେ କରି ଦରସ୍ମିତ

ଦଶବାର ଅନାମୟ ମତେ ଘେନା ଘେନିକରି ପଚାରିଲେ ମିତ (2)


ଦେଖିଲି ଯାହା ଶ୍ରୀଅଙ୍ଗଦ୍ୟୁତି,           ଜଳି ହୋଇଗଲା ମୋର ଛାତି

ଦ୍ୱତୀୟାର ଶଶି-ଲେଖା ପରି ଦିଶିଗଲେନି ସେ ଇନ୍ଦ୍ରନୀଳହାତୀ(3)


ଦୁର୍ବାର ତୋ ନେତ୍ରାଞ୍ଚଳଶର           ଦେବାରୁ ଦୁଃଖ ଦୁଃସହତର

ଦିବାଲା ହେବାର ଦେହମଜ୍ଜାସାର ଜାଣି ଯା ହେଲା ମାନସ ମୋର (4)


ଦୁର୍ବଳ ସାଳସ ଦେଖି ଚାଲି,           ଦୂରୂହରେ କିଛି ପଚାରିଲି,

ଦୀର୍ଘ ତପତ ନାସାନିଜ ତେଜିଲେ ଆହା ମରଇ ତ ବିଚାରିଲି(5)


ଦେବ ଦଇବ ତୋ ଅଭିମତ,         ଦ୍ୱୀପରକୁ ଚେତ

ଦବିଷ୍ଟ ଏ କଷ୍ଟଯାକ ହେବ ଅଷ୍ଟଦୁର୍ଗନାଥର ଏ ବିରଚିତ (6)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics