STORYMIRROR

Kumar Mrutyunjay

Abstract

3  

Kumar Mrutyunjay

Abstract

କିଶୋର ମନ-ଉଡ଼ନ୍ତା ସାଇକେଲ

କିଶୋର ମନ-ଉଡ଼ନ୍ତା ସାଇକେଲ

1 min
11.8K

ଯଦି ଏଇ ହ୍ୟାଣ୍ଡେଲରେ 

ଲାଗେ ଦୁଇ ଡେଣା 

ଉଡିଉଡି ବୁଲୁଥାନ୍ତି ଦୂର 

ସେଇ ଜାଗା ଯେ ଅଜଣା 


ମନ ବୁଲେ ଗଗନ ପବନ 

ଗହନ କୁଞ୍ଜବନେ 

କେବେ ଗାଏ କେବେ ନାଚେ 

କୋଇଲି ର ସ୍ୱନେ 


ଆତ୍ମା ଦୀପ ଜଳୁଥାଇ 

ହୋଇ ଦୁକୁଦୁକୁ 

ଝଡ଼ଝଞ୍ଜା ସବୁ ସହି 

ଆଲୋକେ ନିଜକୁ 


ହେଲେ ଦେହ ପଞ୍ଚଭୂତେ 

ନଶ୍ୱର ଶରୀର 

ନା ଉଡେ ନା ଯାଇପାରେ 

ଯେହ୍ନେ ମନ କ୍ଷିପ୍ର 


ଛୋଟ ମନ ଛୋଟ ଆଶା 

ଯେବେ ଦେଖେ ଉଡ଼ାଜାହାଜ

କିଶୋର ହୃଦୟେ ବଢେ 

ଅଦମ୍ୟ ସାହସ 


ଭାବିବସେ କରିବାକୁ 

ନାନା ଫନ୍ଦି ଫିକର 

ଯେମିତି ସେ ଉଡିଯିବ 

ହୋଇ ବେଫିକର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract